ଗୋପାଳପୁର ଶ୍ରୀ ଧବଳେଶ୍ୱରଙ୍କ ପୀଠରେ ଘରଚଟିଆ ସୁରକ୍ଷା ଅଭିଯାନ ଆରମ୍ଭ

ଶୁକ୍ରବାର : ୭୨ତମ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ଅବସରରେ ଗଞ୍ଜାମ ଜିଲ୍ଲା ଗୋପାଳପୁରସ୍ଥିତ ଶ୍ରୀ ଧବଳେଶ୍ୱରଙ୍କ ପୀଠରେ ସ୍ବେଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଘର ଚଟିଆପକ୍ଷୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଯାଇଛି l ଆଧୁନିକତାର ପରିପାଟୀରେ ପ୍ରତିଦିନ ପୃଥିବୀର କୌଣସି ନା କୌଣସି ଜୀବଲୋପ ପାଇବା ରେ ଲାଗିଛି l ସେଭଳି ଖାଦ୍ୟ, ବାସ ଅଭାବରୁ ଘରଚଟିଆ ପକ୍ଷୀ ର ସଂଖ୍ୟା ଦିନକୁ ଦିନ ହ୍ରାସ ଘଟୁଛି ଏବଂ ଏହାର ସୁରକ୍ଷା ନିମନ୍ତେ ଆଞ୍ଚଳିକ ବିକାଶ ପରିଷଦ ଦୀର୍ଘ ବର୍ଷ ହେବ କାର୍ଯ୍ୟକ୍ରମ କରି ଆସୁଛି l
ଆଜି ଅନୁଷ୍ଠାନ ତରଫରୁ ଧବଳେଶ୍ୱର ପୀଠ ରେ ଘର ଚଟିଆ ପକ୍ଷୀ ର ସୁରକ୍ଷା ଆବଶ୍ୟକତା ବିଷୟରେ ଲୋକଙ୍କୁ ବୁଝାଯାଇଥିଲା ଏବଂ କୃତିମ ବାସ, ଖାଦ୍ୟ ସ୍ଥଳୀ ଓ ଜଳ ପାତ୍ର ମନ୍ଦିର ପରିସରରେ ସ୍ଥାପନ କରାଯାଇଛି l
କାର୍ଯ୍ୟକ୍ରମରେ ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝୀ, ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସ୍ୱାଧୀନ ସାହୁ,ଚେଣ୍ଟି ବାବୁ ,ପି. ଅରବିନ୍ଦ ଦେଶି ବେହେରା, ପୁରୁଷୋତ୍ତମ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ଥାନୀୟ ପୂଜକ ଶଙ୍କର ରଣା, ମନ୍ଦିର ପରିଚାଳନା ସମ୍ପାଦକ ସି. ହେଚ. ଭୁବନି ଦାସ, ସଭାପତି ଏ. କରଲେୟା, ଜଗା ରାଓ ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.