ଫରେଷ୍ଟ କର୍ମଚାରୀଙ୍କ ଆକ୍ରମଣ ଘଟଣା:, ଆନ୍ଦୋଳନର ଚେତାବନୀ ଦେଲେ ଆଦିବାସୀ…

youtube

ରାଇଘର ପୋଲିସ ପରେ ବନ ବିଭାଗ ର ବର୍ବରତା… ଥାନା ଭିତରେ ଆଦିବାସୀ ଙ୍କୁ ମାଡ ମାରି କଲେ ଲହୁଲୁହାଣ..

ନିରୀହ ଆଦିବାସୀ ଙ୍କ ଉପରେ ଖାକି ବର୍ଦି ର ଜୁଲମ ଚରମ ସୀମାରେ….


ଉମରକୋଟ / ରାଇଘର (୨/୭/୨୦୨୫) ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ଦୂର୍ଗମ ଅଞ୍ଚଳ କୁସୁମପୁର ଗ୍ରାମରେ ଫରେଷ୍ଟ ବିଭାଗ କର୍ମଚାରୀଙ୍କ ଦ୍ୱାରା ଆଦିବାସୀ ଗ୍ରାମବାସୀ ମାନଙ୍କୁ ଆକ୍ରମଣ ଘଟିଥିବା ଘଟଣାରେ ଗଭୀର ପ୍ରତିକ୍ରିୟା ଦେଖାଯାଉଛି। ଆକ୍ରମଣର ଶିକାର ହୋଇଥିବା ପୀଡିତ ମାନେ ବର୍ତ୍ତମାନ ଜିଲ୍ଲା ଏସ ପି ଙ୍କୁ ନିକଟରେ ନ୍ୟାୟ ଦାବିରେ ଦାରସ୍ତ ହୋଇଛନ୍ତି। ସୂତ୍ର ଅନୁସାରେ, ଫରେଷ୍ଟ କର୍ମଚାରୀମାନେ ଜଙ୍ଗଲ ଅଞ୍ଚଳରେ ଅନଧିକୃତ ଚାଷ କଥା କହି ଆଦିବାସୀ ଗ୍ରାମବାସୀ ମାନଙ୍କ ଉପରେ ଶାରୀରିକ ଆକ୍ରମଣ କରିଥିଲେ। ଘଟଣା ସମୟରେ ଗ୍ରାମର ଅନେକ ନାରୀ, ପୁରୁଷ ଓ ଯୁବକ ମାନେ ଫରେଷ୍ଟ ବାଲାଙ୍କ ଆକ୍ରୋମନରେ ଚୋଟ ପାଇଥିଲେ।ଏହି ଆକ୍ରୋମନ ଏତେ ସାଙ୍ଘାତିକ ଥିଲା ତାହା ବର୍ଣ୍ଣନାବିହୀନ। ଫରେଷ୍ଟ କର୍ମଚାରୀ ମାନେ ଲୁହା ରଡ଼, ବେଲ୍ଟ ଦ୍ୱାରା ଅମାନୁଷିକ ଭାବେ ନିରୀହ ଆଦିବାସୀଙ୍କ ଆକ୍ରୋମନ କରି ମୁଣ୍ଡ ଫଟାଇବା, ହାତ ଭାଙ୍ଗିବା ସହ ପାଞ୍ଚ ଛଅ ଜଣଙ୍କ ଲୁହ ଲୁହାଣ କରିଥିଲେ ଏବଂ ଏହା ସହିତ ତାଙ୍କର ଅନେକ ଗୋପନୀୟ ଚିଜ ଓ ଦସ୍ତାବେଜ ମଧ୍ୟ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି କୁସୁମପୁର ଆଦିବାସୀ ଗ୍ରାମର ପୀଡିତ / ପୀଡିତା ମାନେ। ସ୍ଥାନୀୟ ଆଦିବାସୀ ନେତୃତ୍ୱ ଏବଂ ଗ୍ରାମର ବୁଢ଼ା, ବୁଦ୍ଧିଜୀବୀ ମାନେ ଏହି ଅନ୍ୟାୟ ବିରୁଦ୍ଧରେ ସ୍ପଷ୍ଟ ମତ ଦେଇଛନ୍ତି। ସେମାନଙ୍କ ଦାବି, ଯଦି ସାତ ଦିନ ମାନେ ଅର୍ଥାତ ୯/୭/୨୦୨୫ ରିଖ ମଧ୍ୟରେ ଫରେଷ୍ଟ କର୍ମଚାରୀଙ୍କ ବିରୋଧରେ ଅନୁଶାସନମୂଳକ କାର୍ଯ୍ୟନୁଷ୍ଠାନ ନ ହୁଏ, ତେବେ ରାଇଘର ବଜାର ଓ ଦୋକାନ ସହ ଅଖ ଚକ ସମ୍ପୂର୍ଣ୍ଣ ବନ୍ଦ କରି ରାଜ ରାସ୍ତାରେ ଆନ୍ଦୋଳନ କରିବେ ବୋଲି ପ୍ରଶାସନ କୁ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଆୟୋଜିତ ହେବ ଓ ରାଜ୍ୟ ସରକାର ପର୍ଯ୍ୟନ୍ତ ଏହାର ଆବାଜ ଉଠାଯିବ।ସେହି ଅଞ୍ଚଳର ସାଧାରଣ ଲୋକ, ଯୁବ ମଞ୍ଚ ଓ ସାମାଜିକ ସଂଗଠନମାନେ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ସମସ୍ତଙ୍କ ଦାବି “ଅନ୍ୟାୟ ହେଲା କିନ୍ତୁ ନ୍ୟାୟ ମିଳୁନି”,ଏଥିପାଇଁ ଏବେ ଲଢ଼ିବା ସମୟ।ଏହି ଘଟଣା ଆଦିବାସୀ ଅଞ୍ଚଳର ଅସୁରକ୍ଷିତ ପରିସ୍ଥିତିକୁ ପ୍ରକାଶ କରିଛି। ଫରେଷ୍ଟ ଆଇନ ଓ ଅଧିକାର ଅନ୍ତର୍ଗତ ଯଦି ଗ୍ରାମବାସୀ ମାନଙ୍କର ଅଧିକାର ଉଲ୍ଲଂଘନ ହେଉଛି, ତେବେ ଏହାର ବ୍ୟବସ୍ଥାଗତ ନିରାକରଣ ଅତ୍ୟାବଶ୍ୟକ। ଏବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଓ ଏସ ପି ମହୋଦୟ କିପରି ଏହି ଆନ୍ଦୋଳନ ପୂର୍ବରୁ ଦୁର୍ନୀତିଗ୍ରସ୍ତ ଫରେଷ୍ଟ ପ୍ରଶାସନ ଉପରେ କଣ ପଦକ୍ଷେପ ଗ୍ରହଣ କରି ଆଦିବାସୀଙ୍କ ଉପରେ ଜୁଲୁମ ହେଇଥିବାର ନ୍ୟାୟ ପ୍ରଦାନ କରୁଛନ୍ତି ତାହା ସମୟ ସାଫେକ୍ଷ…

Leave A Reply

Your email address will not be published.