ସାଂସଦ ଓ ବିଧାୟକଙ୍କ ଦ୍ବାରା ଚାରି ପ୍ରକଳ୍ପର ଉଦ୍ଘାଟନ

add-all

ଚିକିଟୀ : ଏହି ନିର୍ବାଚନ ମଣ୍ଡଳୀ ରେ ଆଜି ସାଂସଦ ପ୍ରଦୀପ କୁମାର ପାଣଗ୍ରାହୀ ଓ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ ଦ୍ଵାରା ଚାରି ପ୍ରକଳ୍ପର ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ କରି ସୁମାଣ୍ଡି ଠାରେ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର କୋଠା,ସେହିପରି ସୁରଳ ଠାରେ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର କୋଠା, ବ୍ଲକ ପରିସର ମଧ୍ଯରେ ସୁଭଦ୍ରା ଶକ୍ତି କେନ୍ଦ୍ର ଏବଂ କୋଟିଲିଙ୍ଗି ଠାରେ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର କୋଠା କୁ ମାନ୍ୟବର ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହି,ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ କରକମଳରେ ଲୋକାର୍ପଣ କରାଯାଇଛି l ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉଭୟ ସୁରଳ ଓ଼ ସୁମାଣ୍ଡି ର ବିଭାଗୀୟ ମୁଖ୍ୟ ଅଧିକାରୀ ଆର. ଆଣ୍ଡ. ବି, ଠିକାଦାର ନିରଞ୍ଜନ ବେହେରା, କାହ୍ନୁ ନାହାକ, ରିଙ୍କୁ ପଢାଲ, ଙ୍କ ସହ ବିଜେପିର ପିତାତଳୀ ମଣ୍ଡଳ ସଭାପତି ରେଣୁ କିଶୋର ରେଡ୍ଡୀ ଯୋଗ ଦାନ କରିଥିବା ବେଳେ ବହୁ ସଂକ୍ଷକ ନେତା ଓ କର୍ମୀ ପ୍ରମୁଖ ଯୋଗ ଦାନ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ l

ad-week
Leave A Reply

Your email address will not be published.