
ମାଲକାନଗିରି : ଜଗତରନାଥ ଜଗନ୍ନାଥ ଆଡ଼ପ ମଣ୍ଡପରେ ୯ ଦିନ ରହିବା ପରେ ଶ୍ରୀମନ୍ଦିରକୁ ବାହୁଡିଲେ । ଆଜି ମାଲକାନଗିରି ସଦର ବଡଦାଣ୍ଡରେ ଭକ୍ତି ଭକ୍ତଙ୍କ ସହ ଭଗବାନଙ୍କ ମିଳନର ଦୃଶ୍ୟ ଅତି ମନୋରମ ଥିଲା । ଆଦିବାସୀ ବହୁଳ ମାଲକାନଗିରି ରେ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ଭକ୍ତଙ୍କ ସମ୍ମିଳିତରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଳନ କରୁଥିବା ଦେଖିବାକୁ ମିଳିଥିଲା । ବାହୁଡା ଯାତ୍ରାମଧ୍ୟରେ ଘଣ୍ଟଘଣ୍ଟା ତାଳ ଶଙ୍ଖବାଦନ ଶବ୍ଦରେ ଜନ ମାନସରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଗଗନ ପବନ ପ୍ରକମ୍ପିତ ହେଇଥିଲା କମ୍ପି ଉଠିଥିଲା ବଡଦାଣ୍ଡ ବାଜାର ତାଳେ ତାଳେ ନାଚୁଥୁଲେ ଭକ୍ତ । ପୋଲିସ ପ୍ରଶାସନ, ସ୍ୱେଚ୍ଛାସେବୀ,ସ୍କ୍ୱାଉଟ, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରସାଶନ ଓ ମନ୍ଦିର କମିଟି ସଦସ୍ୟ ତଥା ଭକ୍ତଂକ ସହଯୋଗରେ ବାହୁଡ଼ା ଯାତ୍ରା ସୁଚାରୁ ରୂପେ ସମ୍ପୂର୍ଣ୍ଣ ହୋଇଥିଲା ।