ସୀମାନ୍ତରେ ମାଓବାଦୀ ଖଞ୍ଜିଥିବା ଆଇଡି ବୋମା ବିସ୍ଫୋରଣରେ ୩ ଗ୍ରାମବାସୀ ଗୁରୁତର

add-all

ମାଲକାନଗିରି : ଜଙ୍ଗଲ ଭିତରେ ଛତୁ ସଂଗ୍ରହ କରିବା ଲାଗି ଯାଇଥିବା ବେଳେ ମାଓବାଦୀଙ୍କ ଆଇଡି ବୋମାର ଶିକାର ହେଲେ ୩ ଜଣ ଗ୍ରାମବାସୀ। ଆଇଡି ବୋମା ବିସ୍ଫୋରଣରେ ଜଣେ ନାବାଳିକାଙ୍କ ସହ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ମାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଧନଗୋଲ ଗାଁରେ ଘଟିଛି ଏପରି ଏକ ଅଭାବନିୟ ଘଟଣା। ଗୋଟିଏ ଆଦିବାସୀ ପରିବାରର ତିନି ଜଣ ସଦସ୍ୟ ଧନଗୋଲ ଗାଁ ନିକଟସ୍ଥ ଜଙ୍ଗଲରେ ଛତୁ ସଂଗ୍ରହ କରିବା ଲାଗି ଯାଇଥିବା ବେଳେ ମାଓବାଦୀ ମାନେ ପୁର୍ବରୁ ଲଗାଇ ଥିବା ଏକ ଆଇଡି ବୋମା ଉପରେ ଗୋଡ ପଡିବା ମାତ୍ରେ ଏହା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଫଳରେ ୩ ଜଣ ଗୁରୂତ୍ତର ଆହତ ହୋଇଥିବା ବେଳେ ଆହତ ମାନଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପକ୍ଷରୁ ତଲାସି ଅଭିଯାନ ସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

ad-week
Leave A Reply

Your email address will not be published.