ମାଲକାନଗିରି ବନବିଭାଗ ଦ୍ବାରା କାଠ ବୋଝେଇ ଟ୍ରକ ଅଟକ

add-all

ମାଲକାନଗିରି : ଆଜି ମାଲକାନଗିରି ବନବିଭାଗ ଏକ ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରିରୁ ଉମରକୋଟ ପରିବହନ ହେବାକୁ ଥିବା ଏକ କାଠ ବୋଝେଇ ଟ୍ରକ ନମ୍ବର ସିଜି ୦୪ ଏନ ଏକ୍ସ ୧୭୦୬ କୁ ଅଟକ ରଖିଛନ୍ତି । ଉକ୍ତ ଟ୍ରକରେ ନିଳଗିରି କାଠ ସହ କିଛି ଚାକୁଣ୍ଡା କାଠ ରହିଥିବା ବେଳେ ଉକ୍ତ ଚାକୁଣ୍ଡା ଗଛ ଗୁଡିକ ବନବିଭାଗ ଅଧିକୃତ ଅଞ୍ଚଳରୁ ଆସିଥିବା ନେଇ ବନବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିବା ବେଳେ ଉକ୍ତ ଟ୍ରକ ଚାକୁଣ୍ଡା କାଠର କିଛି ନଥି ପତ୍ର ବନ ବିଭାଗକୁ ନ ଦେଖାଇବା ସହ ଭୁଆ ବୁଲାଇବାକୁ ଚେଷ୍ଟା କରିଥିଲେ । ଉକ୍ତ ଚାକୁଣ୍ଡା ଗଛ ଗୁଡିକ ନିଜସ୍ବ ଜମିରୁ କଟା ଯାଇଛି ନା ଜଙ୍ଗଲ ଜମିରୁ କଟାଯାଇଛି ଯଦି ନିଜସ୍ବ ଜମିରୁ କଟା ଯାଇଛି ତେବେ ମିଳିତ ରାଜସ୍ବ ନିରିକ୍ଷକ ଓ ବନବିଭାଗ ଅଧିକାରୀ ଙ୍କ ମିଳିତ ଯାଞ୍ଚ ହୋଇଛିକି ନା ସେ ବାବଦରେ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଆବଶ୍ୟକ ନଥି ପତ୍ର ପାଇବା ପରେ ହି ଉକ୍ତ ଟ୍ରକ ଟିକୁ ଯିବାକୁ ଅନୁମତି ଦିଆଯିବ ବୋଲି ମାଳକନଗିରି ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.