
ମାଲକାନଗିରି : ଶ୍ରାବଣ ମାସ ପ୍ରଥମ ସୋମବାର ଉପଲକ୍ଷେ ଆଜି ସକାଳେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡିକରେ ବୋଲବମ କାଉଡିଆ ମାନେ ଜଳାଭିଷେକ କରି ନିଜର ମାନଶିକ ପୁରଣକରିଛନ୍ତି । ବିଶେଷ କରି ମାଲକାନଗିରି ସହର ପ୍ରବେଶ ଦ୍ଵାର ମାଲ୍ୟବନ୍ତ ପର୍ବତ ଶିଖରେ ଥିବା ମାଲକାନଗିରି ଜିଲ୍ଲାର ଦ୍ବିତୀୟ କପିଳାଶ ସଦୃଶ୍ୟ ମଲ୍ଲୀକେଶ୍ଵର ମହାଦେବ ଙ୍କ ପିଠରେ ବୋଲ୍ବମ୍ ଭକ୍ତ ମାନଙ୍କର ପ୍ରବଳ ଭିଡ ଲାଗିଥିଲା । ମାଲକାନଗିରି ଜିଲ୍ଲା ସହ କୋରାପୁଟ, ନନ୍ଦପୁର, ସୀମାନ୍ତ ଛତିଶଗଡ଼ ସୁକୁମା ଓ ଦୂର ଦୁରାନ୍ତ ରୁ ପୁରୁଷ,ମହିଳା, ଯୁବକ ଯୁବତୀ,ଛୋଟପିଲା ମାନେ ପ୍ରବଳ ଖରା ହେବା ସ୍ୱତ୍ୟେ ଖାଲି ପାଦରେ ଚାଲି ଚାଲି କାନ୍ଧରେ କାଉଡି ଧରି ଜଳ ଯାତ୍ରାରେ ଆସି ଦୁଇ କି.ମି ମଲ୍ଲୀକେଶ୍ବର ପର୍ବ ତ ଶିଖରକୁ ଚଢି ନିଜର ପରିବାର ଓ ସମାଜର ମଙ୍ଗଳ ନିମନ୍ତେ ମଲ୍ଲୀକେଶ୍ବର ମହାଦେବଙ୍କୁ ଜଳାଭିଷେକ କରିଥିଲେ । ଦୁର୍ଗାଗୁଡି ସାହି ମଲ୍ଲୀକେଶ୍ବର ପୂଜାକମିଟି ପକ୍ଷରୁ ସମସ୍ତେ ଭକ୍ତମାନଙ୍କ ପାଇଁ ଅର୍ନପ୍ରାସାଦର ବ୍ୟବସ୍ଥା କରାଯାଇଥିଲା ।
ଠିକ ସେହିପରି ଗୋଇପର୍ବତ ରେ ଥିବା ହରଗୈରୀ ମନ୍ଦିର,ଶିବାନନ୍ଦ ଆଶ୍ରମ ଠାରେ ଥିବା କାଶୀ ବିଶ୍ଵନାଥ, ହାଟପଦା ରେ ଥିବା ସର୍ବେଶ୍ୱର ମହାଦେବ,ଓ ମାଲକାନଗିରି ପୁରଣା ମେଡିକାଲ ଛକ ଶ୍ରୀ ଶ୍ରୀ ରାମେଶ୍ବର ଶୈବପୀଠରେ ଜଳାଭିଷେକ କରିବାପାଇଁ ହଜାର ହଜାର ସଂଖ୍ୟା ରେ ମାନସିକଧାରୀଭକ୍ତ ମାନେ ପହିତ୍ର ସାବେରୀ,ସିଲେରୁ, ଚିନାଗୋଦାବରୀ, ତମସା,ଗୁରୁପ୍ରିୟା, ସପ୍ତଧାରା, କୋଲାବ,ନଦୀରେ ସ୍ନାନକରି କଳସରେ ପାଣି ଉଠାଇ ଓଁନମଶିବାୟ ମନ୍ତ୍ର ଜପକରି କାନ୍ଧରେ କାଉଡି ଧରି ଗୌରିକ ବସ୍ତ୍ରଧାରୀ ବୋଲବମ ଭକ୍ତ ମାନେ ବିଭିନ୍ନ ଶୈବପୀଠକୁ ଯାଇଥିଲେ । ବିଶେଷକରି ମାଲକାନଗିରି ସହରରେ ଥିବା ତଳସାହି ଶିବମନ୍ଦିର, ପାହଡଉପରେ ଥିବା ମଲିକେଶ୍ଵର, ସତିଗୁଡା ଶିବମନ୍ଦିର,ହାଟପଦା ଶିବମନ୍ଦିର,ମାଉଲିମା ସାହି ଶିବମନ୍ଦିର,ଶିବାନ୍ଦ ଆଶ୍ରମ, ମେଡିକାଲଛକ, କୋରକୁଣ୍ଡା, ଶୁଳିଆପାହଡ ଶିବମନ୍ଦିର ଗୁଡିକରେ ଆଜି ପ୍ରଥମ ସୋମାବାର ରେ ପ୍ରବଳ ଭିଡ ଲାଗିରହିଥିଲା । ବୋଲବମ ଭକ୍ତମାନେ ଶିବଙ୍କୁ ଦର୍ଶନକରି ପାଣି ଢାଳି ଜଲାଭିଷେକ କରି ଆଶୀର୍ବାଦ ଭିକ୍ଷାକରି ଥିଲେ । ଆଜି ଠାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଶୈବପୀଠଗୁଡିକରେ ବୋଲବମ୍ କାଉଡିଆମାନଙ୍କର ଭିଡ ଲାଗିରହିଛି । ବିଭିନ୍ନ ଶିବମନ୍ଦିରଗୁଡିକରେ ଅନ୍ୟାନ ଭକ୍ତମାନେ ଶିବଦର୍ଶନକରି ପୂଜାପାଠକରିଥିଲେ । ମନ୍ଦିର ନିକଟରେ ଶିବଭକ୍ତ ଓ କେତକ ସ୍ୱେଚ୍ଛାସେବୀ ମାନେ କାଉଡିଆମାନଙ୍କ ପାଇଁ ପାଣି ପଣା ଓ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ ।