ଯୁବକଙ୍କ ଆକସ୍ମିକ ମୃତ୍ୟୁ

add-all

ହିଞ୍ଜିଳିକାଟୁ : ସୋମବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ସାନସାହିର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରପରିଷଦର ପୂର୍ବତନ ନଗରପାଳ ଶିବରାମ ଗୌଡଙ୍କ ଜ୍ୟେଷ୍ଠ ପୁତ୍ର ଶାଶ୍ବତ ଗୌଡ (୨୬) । ପ୍ରକାଶ ଯେ, ଯୁବକ ଜଣଙ୍କ ଶ୍ରାବଣ ସୋମବାର ଅବସରରେ ଜଳଲାଗି କରିବା ପରେ ପ୍ରସାଦ ସେବନ କରି ଘରକୁ ଫେରି ବିଶ୍ରାମ ନେଇଥିଲେ । ଦୀର୍ଘ ସମୟ ଧରି ନିଦରୁ ନଉଠିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର, ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସଂପୃକ୍ତ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.