ଛାତ୍ରୀଙ୍କୁ ନ୍ୟାୟପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ହିଞ୍ଜିଳିକାଟୁ କଲେଜ ଆଗରେ ବିକ୍ଷୋଭ

youtube

ହିଞ୍ଜିଳିକାଟୁ : ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ନିଆଁରେ ସାରା ଓଡ଼ିଶା ଜଳୁଛି। ଛାତ୍ରୀଙ୍କୁ ନ୍ୟାୟ ପାଇଁ ଜାରି ରହିଛି ପ୍ରତିବାଦ। ହିଞ୍ଜିଳି ଛାତ୍ର କଂଗ୍ରେସ ପକ୍ଷରୁ ମଙ୍ଗଳବାର ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି। ବାଲେଶ୍ଵରର ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଜୋରଦାର ପ୍ରତିବାଦ କରିଛି ଛାତ୍ର କଂଗ୍ରେସ। ହିଞ୍ଜିଳି ଛାତ୍ର କଂଗ୍ରେସ ସଭାପତି ସଞ୍ଜୟ ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ହିଞ୍ଜିଳିକାଟୁ ପରିବା ବଜାର ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ଶୋଭାଯାତ୍ରା ରେ ବାହାରି ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇ ହିଞ୍ଜିଳିକାଟୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ପ୍ରତିଵାଦ କରିଥିଲେ। ହିଞ୍ଜିଳିକାଟୁ କଲେଜ ସାମ୍ନାରେ ଛାତ୍ର କଙ୍ଗ୍ରେସ ପକ୍ଷରୁ ଗେଟ ଆଗରେ ଏହି ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଥିଲା। ଅପାରଗ ସରକାର ରାଜ୍ୟରେ କଲେଜ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ବୋଲି ହିଞ୍ଜିଳି ଛାତ୍ର କଙ୍ଗ୍ରେସ ଅଭିଯୋଗ ଆଣି ଉଭୟ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଏଥିସହ ସମସ୍ତ ଦୋଷୀଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।ଏହି ଅବସରରେ ଛାତ୍ର କଙ୍ଗ୍ରେସ ପକ୍ଷରୁ ଆକାଶ ସେଠୀ, ବିରେନ୍ଦ୍ର ରାଉତ,ରାମ ପାଣିଗ୍ରାହୀ,କୁଲୁ ବେହେରା,ରାଜା ସ୍ୱାଇଁ,ରାଜା ବେହେରା ଙ୍କ ସହ ବହୁ ଛାତ୍ର ନେତା ଉପସ୍ଥିତ ଥିଲେ।

Leave A Reply

Your email address will not be published.