ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଘଟଣାରେ କଂଗ୍ରେସର କନ୍ଧମାଳ ଜିଲ୍ଲା ବନ୍ଦ ଡାକରା

add-all

କନ୍ଧମାଳ : ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କନ୍ଧମାଳ ଜିଲ୍ଲା କଂଗ୍ରେସ। ଏହାର ପ୍ରତିବାଦରେ ଆସନ୍ତା ୧୭ ତାରିଖ ଗୁରୁବାର କନ୍ଧମାଳ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ନାରୀ ନିର୍ଯାତନା ସୀମା ଅତିକ୍ରମ କରିଛି। ଏଭଳି ଘଟଣା ସାରା ଦେଶରେ ଓଡିଶାକୁ ନିନ୍ଦିତ କରିଛି ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା କଂଗ୍ରେସ ସଂଯୋଜକ ଚନ୍ଦ୍ର ଶେଖର ପରିଡା। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ପରାମର୍ଶ କ୍ରମେ ଆସନ୍ତା ୧୭ ତାରିଖରେ ଦଳ ପକ୍ଷରୁ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ଏଥିରେ ସହଯୋଗ କରିବା ପାଇଁ ସେ ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ବସ,ଟ୍ରକ, ଅଟୋ ରିକ୍ସା, ଟ୍ୟାକ୍ସି ଆସୋସିଏସନ, ବଣିକ ସଂଘ ଓ ନାଗରିକ ସମାଜର ସମସ୍ତ କର୍ମକର୍ତ୍ତା ମାନଙ୍କୁ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.