ଅବକାରୀ ବିଭାଗର ପେଟ୍ରୋଲିଙ୍ଗ ବେଳେ ଗଞ୍ଜେଇ ସହ ଜଣକୁ ଗିରଫ କଲା ଅବକାରୀ…

youtube

ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା, ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ରାଇଘର ଅବକାରୀ ବିଭାଗର ଏକ ଟିମ୍ ବିଗତ କାଲି ରାତିରେ ଅଚାନକ ପେଟ୍ରୋଲିଙ୍ଗ କରି ୯ କିଲୋ ୧୦୦ଗ୍ରାମ ଗଞ୍ଜେଇ ସହ ଜଣକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ୪୦ ନମ୍ବର ରାଜ୍ୟ ରାଜପଥ ଦେଇ ଗଞ୍ଜେଇ ଚାଲାଣ କରାଯାଉଥିବା ବିଶେଷ ସୂତ୍ରରୁ ଖବର ପାଇ ରାଇଘର ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ସୁଶୀଲ କୁମାର ଭୋଇ ଏ. ଏସ.ଆଇ ରାମ ବଡ଼ନାଇକ,ଅନନ୍ତ ମଲ୍ଲିକ ଙ୍କ ସହ ଅବକାରୀ ବିଭାଗ ଟିମ ମିଳିତ ଭାବେ ପେଟ୍ରୋଲିଙ୍ଗ କରି ଜଣେ ଗଞ୍ଜେଇ ଚାଲାଣ କାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ସୂଚନାନୁଯାୟୀ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ରାଇଘର ପାରୁୟା ମହୁଭଟା ଛକ ଠାରେ ଏକ ଟି.ଭି.ଏସ ଜୁପିଟର ସ୍କୁଟି ଯାହାର ନମ୍ବର ଓ.ଡି ୧୦ ଭି ୨୫୨୬ କୁ ଅଟକାଇ ଯାଞ୍ଚ କରିବା ବେଳେ ୯କିଲୋ ୧୦୦ଗ୍ରାମ ଗଞ୍ଜେଇ ଧରା ପଡିଥିଲା। ଚାଲାଣ କାରି ଯୁବକ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଗୋଇଜଡି ଗ୍ରାମର ଧନପତି ଖିଲୋ ବୋଲି ଜଣା ପଡିଛି।ଆସାମୀ ଧନପତି ଖିଲୋ କୁ ଗଞ୍ଜେଇ ସହ ଧରି କେସ ନମ୍ବର ୮୮/୨୫-୨୬ ଅବକାରୀ ଧାରା ଅନୁସାରେ ରାଇଘର ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରେ ଏକ ମାମଲା ରୁଜ୍ଜୁ କରି ଉମରକୋଟ ଏ ଡି ଜେ ଅଦାଲତ ରେ ହଜାର କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Leave A Reply

Your email address will not be published.