
ଚିକିଟୀ— ଭାରତ ସରକାରଙ୍କ ଦ୍ୱାରା ହୋଇଥିବା ସ୍ୱଚ୍ଚ ସର୍ବେକ୍ଷଣ-୨୪ ତାଲିକାରେ ଗଞ୍ଜାମ ଜିଲ୍ଲା ଚିକିଟୀ ଏନ ଏ ସି ଆଜି ତୃତୀୟ ଥର ପାଇଁ ପୁରସ୍କୃତ ହୋଇଛି। ବିଗତ ଦୁଇ ବର୍ଷ ହେବ ସ୍ୱଚ୍ଛ ସର୍ବେକ୍ଷଣ -୨୨/୨୩ ରେ ଏହି ଏନ ଏ ସି ସାରା ଓଡିଶାର ସ୍ଵଚ୍ଚ ସହର ମଧ୍ୟରେ ନମ୍ୱର ୱାନ ହୋଇ ଆସୁଥିବା ବେଳେ ଆଜି ପୁଣି ତୃତୀୟ ଥର ପାଇଁ ୨୦ ହଜାରରୁ କମ୍ ଜନ ସଂଖ୍ୟା ବିଶିଷ୍ଟ ସହର ଭାବେ ଓଡିଶାରେ ନମ୍ୱର ୱାନ ହୋଇଥିବା ବେଳେ ସାରା ଭାରତରେ ଦ୍ୱିତୀୟ ସ୍ଥାନ ଭାବେ ପୁରସ୍କାର ହାସଲ କରିଛି। ଭାରତ ସରକାର ଙ୍କ ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ଆୟୋଜିତ ନୂଆଦିଲ୍ଲୀ ର ବିଜ୍ଞାନ ଭବନ ଠାରେ ଚିକିଟୀ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଶାଶ୍ଵତୀ ଷଡଙ୍ଗୀ ଙ୍କ ସମେତ ମାନନୀୟା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ୨୦୨୪/୨୫ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ଗ୍ରହଣ କରିଛନ୍ତି। ଜାତୀୟ ସ୍ତରରେ ଏହି ପୁରସ୍କାର ପାଇବା ପରେ ଚିକିଟୀ ଏନ ଏ ସି ର ସମସ୍ତ ଅଫିସ କର୍ମଚାରୀ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ କର୍ମଚାରୀ ଓ ଅଞ୍ଚଳବାସୀ ଆନନ୍ଦ ଉଲ୍ଲାସ ସହ ନିଜ ଅଞ୍ଚଳ କୁ ନେଇ ଗର୍ବିତ ମନେ କରୁଛନ୍ତି। ଚିକିଟୀ ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟା ନନ୍ଦ ଶ୍ରୀରୁପ୍ ଦେଓ ଅଞ୍ଚଳର ସଫଳତା ଓ ଚିକିଟୀ କୁ ସାରା ଭାରତ ବର୍ଷରେ ସ୍ଵତନ୍ତ୍ର ପରିଚୟ ଦେବାକୁ ନେଇ ସମସ୍ତ କର୍ମଚାରୀ ଓ ଅଞ୍ଚଳବାସୀ ଙ୍କ ବିନା ସହଯୋଗରେ ଏହା ଅସମ୍ଭବ ତେଣୁକରି ଆଗକୁ ମଧ୍ଯ ଏହି ପ୍ରୟାସ ଓ ସହେଯାଗ କାମନା କରି ସମସ୍ତଙ୍କୁ ଧନ୍ୟବାଦ ସହ ସାଧୁବାଦ ଜଣାଇଛନ୍ତି।