ସୁସ୍ଥ ପଞ୍ଚାୟତ ଗଠନ ଲକ୍ଷ୍ୟ: ମାଲକାନଗିରିରେ ସ୍ୱାସ୍ଥ୍ୟକର୍ମୀଙ୍କୁ ତିନିଦିନିଆ ତାଲିମ ପ୍ରଦାନ

add-all

ମାଲକାନଗିରି, ୨୦/୦୭: ଏକ ସୁସ୍ଥ ଓ ସଚେତନ ପଞ୍ଚାୟତ ଗଠନ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ତିନି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ତତ୍ତ୍ୱାବଧାନରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ଆଜି ଉଦଯାପିତ ହୋଇଛି।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ (ସିଡିଓ) ତଥା କାର୍ଯ୍ୟନିର୍ବାହୀ ଅଧିକାରୀ (ଡିଇଓ) ଶ୍ରୀ ନରେଶ ଚନ୍ଦ୍ର ଶବର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପୋଗ୍ରାମ୍ ମ୍ୟାନେଜର ଶ୍ରୀ ହିମାଂଶୁ ଭୂଷଣ ମହାରଣା ଶିବିରର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

ଏହି ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତରୁ ୫୬ ଜଣ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଯୋଗ ଦେଇଥିଲେ। ସେମାନଙ୍କୁ ମୁଖ୍ୟତଃ ଟିବି ମୁକ୍ତ ପଞ୍ଚାୟତ, ପୁଷ୍ଟିହୀନତା ଏବଂ ରକ୍ତହୀନତା ନିବାରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରଶିକ୍ଷକ ଭାବେ ଡା. ପ୍ରଜ୍ଞା ପଟ୍ଟନାୟକ, ପ୍ରଶାନ୍ତ ମଲ୍ଲିକ, କ୍ରୀଷ୍ଣାମୟୀ ମିଶ୍ର, ପ୍ରିୟବ୍ରତ ଯୋଶୀ ଏବଂ ପିରାମଲ ଫାଉଣ୍ଡେସନର ଶ୍ରୀ ବିଷ୍ଣୁ ସାହୁ ଯୋଗଦେଇ ତଥ୍ୟଭିତ୍ତିକ ଓ ପ୍ରେରଣାଦାୟୀ ତାଲିମ ପ୍ରଦାନ କରିଥିଲେ।

ତାଲିମ ସମାପ୍ତ ପରେ ଏହି ସ୍ୱାସ୍ଥ୍ୟକର୍ମୀମାନେ ନିଜ ନିଜ ଅଞ୍ଚଳକୁ ଯାଇ ସେଠାରେ ଲୋକଙ୍କୁ ସଚେତନ କରିବା ସହ ନିଜର ଜ୍ଞାନ ଓ ଅନୁଭୂତିକୁ କ୍ଷେତ୍ରସ୍ତରରେ କାର୍ଯ୍ୟକାରୀ କରିବେ।

ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିବାରେ ବିନାଶ କୁମାର ମିଶ୍ରଙ୍କ ନେତୃତ୍ୱରେ ବିଶ୍ଵନାଥ ମଣ୍ଡଳ, ଏନ୍. ଅହଲ୍ୟା ଏବଂ ପଞ୍ଚାୟତ ସାଧନ କେନ୍ଦ୍ରର ସମସ୍ତ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ad-week
Leave A Reply

Your email address will not be published.