ବଣାଇଁ ବନ ବିଭାଗର ନିଆରା ପ୍ରୟାସ : ପଥପ୍ରାନ୍ତ ନାଟକ ମାଧ୍ୟମରେ ହାତୀ ଉପଦ୍ରବ ଅଞ୍ଚଳରେ ସଚେତନତା

youtube

ବଣାଇଁ : ଆମେ ସମସ୍ତେ ଜାଣୁ ଯେ ହାତୀ ଉପଦ୍ରବ ଏକ ମନୁଷ୍ୟକୃତ୍ୟ ସମସ୍ୟା ଏବଂ ଏହି ସମସ୍ୟାକୁ ଆମେ ହିଁ ସମାଧାନ କରିପାରିବା । ଜଙ୍ଗଲର ଅବକ୍ଷୟ ,ବାସସ୍ଥଳୀ ଧ୍ଵଂସ ଏବଂ ଖାଦ୍ୟ ନ ମିଳିବା ଆଦି କାରଣରୁ ହାତୀ ଅନେକ ସମୟରେ ମନୁଷ୍ୟଙ୍କ ଘରଦ୍ବାର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଆମେ ଆମର ଖାଦ୍ୟ ପାଇବା ପାଇଁ ହାତୀଙ୍କ ବାସସ୍ଥଳୀରେ କଳ କାରଖାନା ପ୍ରତିଷ୍ଠା ସହ ହାତୀ ର ଖାଦ୍ୟ କୁ ଛଡ଼ାଇ ନେଇଛୁ । କିନ୍ତୁ ଜୀବନ ଧାରଣର କଥା କହିବାକୁ ଗଲେ ମଣିଷଙ୍କ ପରି ଜିବଜନ୍ତୁ ଙ୍କ ମଧ୍ୟ ବଞ୍ଚିବାର ଅଧିକାର ରହିଛି। ବଣାଇଁ ବନଖଣ୍ଡର ୭ ଟି ରେଞ୍ଜ ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ମନୁଷ୍ୟଙ୍କ ଦ୍ଵାରା ଜଙ୍ଗଲ ର ଅବକ୍ଷୟ ଯୋଗୁଁ ଏବେ ଅଧିକାଂଶ ସ୍ଥାନରେ ହାତୀ ଉପଦ୍ରବ ଲାଗିରହିଛି।
ତେଣୁ ହାତୀ ର ସୁରକ୍ଷା ସହ ଧନ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ବଣାଇଁ ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ଗତ ଏକ ମାସରୁ ଉର୍ଦ୍ଧ୍ଵ ହେବ କୋଇଡା ରେଞ୍ଜ ଅନ୍ତର୍ଗତ ବିଭିନ୍ନ ହାତୀ ଉପଦ୍ରବ ଉପାନ୍ତ ଗ୍ରାମ , ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରେ କଳାକାର ମାନଙ୍କୁ ନେଇ ପଥପ୍ରାନ୍ତ ନାଟକ ,ନାଚ ଗୀତ,ମାଧ୍ୟମରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଆଗାମୀ ଦିନରେ ବନଖଣ୍ଡର ସମସ୍ତ ରେଞ୍ଜରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଯିବାର ଲକ୍ଷ୍ୟ ରଖାଯାଇଛି।

ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସୋଲାର ଷ୍ଟ୍ରୀଟ୍ ଲାଇଟ୍, ସୋଲାର ଫେନସିଂ, ଟର୍ଚ୍ଚ ଲାଇଟ୍ ଯୋଗାଇ ଦେବା ସହ ଆବଶ୍ୟକ ସ୍ଥଳେ ରାପିଡ ରେସ୍ପନ୍ସ ଟିମ୍ ର ସହାୟତା ପ୍ରଦାନ କରାଯାଉଛି। ବର୍ତ୍ତମାନ ସରକାରଙ୍କ ତରଫରୁ ବନ୍ୟ ପ୍ରାଣୀ ଙ୍କ ଆକ୍ରମଣରେ ମୃତକଙ୍କ ପରିବାର ପାଇଁ ସରକାର ଦଶ ଲକ୍ଷ ଟଙ୍କାର ଅନୂକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରୁଛନ୍ତି। ଆଂଶିକ ଘର ଭଙ୍ଗା ସହ ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଜନାରେ ପିଡୀତ ଙ୍କୁ ପ୍ରାଥମିକତା ଦିଆଯାଇ ଘର ପ୍ରଦାନ କରାଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହାତୀ ସମସ୍ୟା ଏବେ ଆଉ ଆଞ୍ଚଳିକ ସମସ୍ୟା ନୁହେଁ ବରଂ ବିଶ୍ଵ ସ୍ତରୀୟ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ଜନସାଧାରଣ ଏଥିପ୍ରତି ସଚେତନ ହୋଇ ଐତିହ ପ୍ରାଣୀର କ୍ଷତି ନକରି ସମସ୍ତେ ସଚେତନ ହେବାକୁ ବଣାଇଁ ବନ ବିଭାଗ ପକ୍ଷରୁ ନିବେଦନ କରାଯାଉଛି

Leave A Reply

Your email address will not be published.