ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଧର୍ଷଣକାରୀ କଂଗ୍ରେସ ଦଳ ବିରୁଦ୍ଧରେ ପ୍ରତିବାଦ

add-all

ଧର୍ଷଣକାରୀକୁ ପ୍ରୋତ୍ସାହନ ଦେଉଥିବା ପିସିସି ସଭାପତି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବେକି ?

ବ୍ରହ୍ମପୁର : ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏକ “ପ୍ରତିବାଦ ସଭା ସହ ବିକ୍ଷୋଭ” ପ୍ରଦର୍ଶନ ହୋଇଯାଇଛି । ଧର୍ଷଣକାରୀ ଛାତ୍ର କଂଗ୍ରେସ ସଭାପତିଙ୍କ ବିରୁଦ୍ଧରେ ଏବଂ ଧର୍ଷଣକାରୀଙ୍କୁ ପ୍ରୋତ୍ସାହନ ଦେଉଥିବା ନେତାଙ୍କ ବିରୁଦ୍ଧରେ “ବିକ୍ଷୋଭ” ପ୍ରଦର୍ଶନ ହୋଇଯାଇଛି । କୁମ୍ଭୀର କାନ୍ଦଣା କାନ୍ଦି ନାରୀକୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ବନ୍ଦ ଦେଇଥିବା ଦଳ ଯେତେବେଳେ ନିଜ ପକ୍ଷର କଥା ଆସେ ସେତେବେଳେ ଛାତ୍ର କଂଗ୍ରେସ ଦଳର ସଭାପତି ଜଣେ ଧର୍ଷଣକାରି ଭାବେ ଆଜି ଗିରଫ ହୋଇ ଜେଲ୍ ଯାଇଛନ୍ତି । ଯେଉଁମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରୁଥିଲେ ସେମାନେ ଆଜି ଜାଣିରଖିବା ଦରକାର ଯେ, କେଉଁଭଳୀ ଭାବରେ ଜଣେ ଡକାୟତି କରିଥିବା ଯୁବକକୁ ଛାତ୍ର କଂଗ୍ରେସ ସଭାପତି ଭାବେ ଦାୟିତ୍ଵ ଦେଇଥିଲେ । ଅପରାଧୀର ମାନସିକତା କେବେ ମରେନାହିଁ ଅପରାଧ ଘଟେଇବା ତାର ଗୋଟିଏ ପ୍ରକ୍ରିୟା, ସେହି ପ୍ରକ୍ରିୟାରେ ଗତ ଚାରିମାସ ତଳେ ଗୋଟିଏ ମହିଳାକୁ ଧର୍ଷଣ କରି ଆତ୍ମଗୋପନ କରି ନିଜର କର୍ତୁତ୍ଵ ବଳରେ କଂଗ୍ରେସର ଏହି ଛାତ୍ର ନେତା ଲୁଚିବାକୁ ଚାହିଁଥିଲା । କିନ୍ତୁ ଏହି ଲୋକଙ୍କ ମୋହନ ମାଝିଙ୍କ ସରକାର ଛାତ୍ର କଂଗ୍ରେସ ସଭାପତିଙ୍କୁ ଗିରଫ କରି ଜେଲ୍ ପଠାଇଛନ୍ତି । ଆଜି ଯେଉଁମାନେ ଲୋକଙ୍କ ସରକାରଙ୍କ ଉପରକୁ ଆଙ୍ଗୁଳି ଉଠାଉଛନ୍ତି ସେମାନେ ନିଜେ ଜାଣିରଖିବା ଦରକାର ଅଞ୍ଜନା ଗଣଦୁଷ୍କର୍ମ ଜୁଇରେ ଆପଣ ଜଳି ଯାଇଛନ୍ତି, ଲୋକ ଆଜି ଆପଣଙ୍କୁ ପ୍ରତ୍ୟାଖାନ କରିଛନ୍ତି । ଆପଣ ସରକାରଙ୍କୁ ପ୍ରଶ୍ନ ପଚାରିବା ପୂର୍ବରୁ ଆପଣ ନିଜର ଛାତ୍ରନେତା ଓ ଯୁବନେତା ମାନଙ୍କୁ ଆପଣ ପ୍ରଥମେ ନାରୀ ସଶକ୍ତିକରଣ ଏବଂ ନାରୀ ସୁରକ୍ଷାର ବିଷୟ ପାଠ ପଢ଼ାଇ ରଖନ୍ତୁ । ଆପଣ ଯେତେବେଳେ ସରକାରଙ୍କୁ ଇସ୍ତଫା ଦେବା କଥା କହୁଛନ୍ତି ସେତେବେଳେ ଆପଣ ନିଜେ ଛାତ୍ର କଂଗ୍ରେସ ସଭାପତିକୁ ପ୍ରୋତ୍ସାହନ ଦେଉଥିଲେ, ନୈତିକତା ଦୃଷ୍ଟିରୁ କଂଗ୍ରେସର ଅଧକ୍ଷ ନିଜେ ଇସ୍ତଫା ଦେଇ ଉଦାହରଣ ସୃଷ୍ଟି କରିବେକି ! ନା କେବଳ କଂଗ୍ରେସ ଦଳ ଗୋଟିଏ ବିଷୟ ଜାଣିଛି ଘଟଣା ହେଲେ ନାରୀଙ୍କୁ ଲାଞ୍ଛନା ନାରୀଙ୍କୁ ନିର୍ଯ୍ୟାତନା ଦେଉଥିବା ଦଳ କେବଳ ରାଜନୀତିର ଜୁଇରେ ରୁଟି ସେକିବା ଛଡ଼ା ଆଉ କିଛି କାମ ନାହିଁ । ଯଦି ଏହିଭଳି ଭାବରେ କଂଗ୍ରେସ ନେତା ମାନଙ୍କର ଚରିତ୍ର ଜାରି ରୁହେ ତାହାଲେ ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରି ପଞ୍ଚାୟତରୁ କଂଗେସ ମୁକ୍ତ ଓଡ଼ିଶାର ଲକ୍ଷ୍ୟ ସାଧନ କରିବ ବୋଲି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବଶଙ୍କର ନାୟକ କହିଛନ୍ତି । ଏହି ବିକ୍ଷୋଭରେ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ତୁତୁନ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ରବି ରାଓ,ସୋମନାଥ ପାତ୍ର,ସମ୍ପାଦକ କମଲ ପାତ୍ର,କିଶୋର କୁମାର ସାହୁ,ମଣ୍ଡଳ ସଭାପତି ଶକ୍ତି ପଟ୍ଟନାୟକ, ଅମର ସାହୁ, ଶିରିଡ଼ି ବିକ୍ରମ, ଶୀତଲ ଜେନା,ଦେବୁନ ପଟ୍ଟନାୟକ, ମନୋଜ ମହାରଣା, ଲିପୁନ ପଟ୍ଟନାୟକ, ସୁମିତ ପାତ୍ର, ମନୋଜ ପାଣିଗ୍ରାହୀ, ଆଲୋକ ସାହୁ,ଶ୍ରୀଧର ପାଳ,ଆକାଶ ସାହୁ,ଜି.ନାରାୟଣ,ନୀଳକଣ୍ଠ ବେହେରାଙ୍କ ସହ ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ମଦନ ମୋହନ ପାତ୍ର,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଜିଲ୍ଲା ସମ୍ପାଦିକା ଏସ୍.ରାଣୀ,ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପୀତବାସ ପଣ୍ଡା,ସରୋଜ ପାତ୍ର,ଧର୍ମରାଜ ପାଣିଗ୍ରାହୀ,କୃଷ୍ଣ ଚନ୍ଦ୍ର ଚୈାଧୁରୀ,ଏସ୍.ଶ୍ରୀନିବାସ୍,ଶଙ୍କର ପ୍ରସାଦ ମହାରଣା ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତା ଏହି ବିକ୍ଷୋଭ ସହ କୁଶପୁତ୍ତଳିକା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।

ad-week
Leave A Reply

Your email address will not be published.