ବୃକ୍ଷ ହିଁ ଜୀବନ,,ସୋଲ ରେଞ୍ଜରେ ବନ ମହୋତ୍ସବ

add-all

ବଣାଇଁ : ବଣାଇଁ ବନଖଣ୍ଡ ଅଧିନସ୍ଥ ସୋଲ ରେଞ୍ଜର କୁଡାବିରା ଜିଇଏଲ ଚର୍ଚ୍ଚ ପରିସରରେ ୭୬ ତମ ବନ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋଲ ରେଞ୍ଜ ଅଧିକାରୀ ରଶ୍ମୀରଂଜନ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋଲ ସରପଞ୍ଚ ମନୋଜ ମିର୍ଦ୍ଧା ଯୋଗଦେଇ ପରିବେଶ ର ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ ର ଆବଶ୍ୟକତା ରହିଥିବା କହିଥିଲେ ।ଅନ୍ୟତମ ଅତିଥି ଭାବେ ଚର୍ଚ୍ଚ ପ୍ରଚାରିକା ସୁହାଉତି କୁଲ୍ଲୁ , ଫଟାଟାଙ୍ଗର ଓ କୁଡାବିରା ୱାର୍ଡ ମେମ୍ବର ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ସୋଲ ଫରେଷ୍ଟର ଅମିତ କୁମାର ଜେନା
କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୋଲ ରେଞ୍ଜ ର ସମସ୍ତ ବନ କର୍ମଚାରୀ,ବନ ସୁରକ୍ଷା ସମିତି ର ସଦସ୍ୟ,ଏନଜିଓ ଟିମ୍ ର ସଦସ୍ୟ, ସଦସ୍ୟା ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ମାଁ ଙ୍କ ନାମରେ ଗଛଟିଏ ଅଭିଯାନରେ ଉପସ୍ଥିତ ଅତିଥି ଓ ଜନସାଧାରଣ, ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚର୍ଚ୍ଚ ପରିସରରେ ୨୦୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯିବା ସହିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ad-week
Leave A Reply

Your email address will not be published.