ବିଭିନ୍ନ ସ୍ଥାନରେ ଶ୍ରମିକଭାବେ କାର୍ଯ୍ୟ କରୁଥିବା ୩ ନାବାଳକ ଉଦ୍ଧାର

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଶ୍ରମ ବିଭାଗ ଓ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ୩ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲା ଟାସ୍କ ଫୋର୍ସ କମିଟିର ସଦସ୍ୟ ତଥା ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ଵରେ ଶ୍ରମ ବିଭାଗର ଖଇରପୁଟ ଅତିରିକ୍ତ ଶ୍ରମ ଅଧିକାରୀ ବିନି ମୁଦୁଲି, କାଲିମେଲା ଅତିରିକ୍ତ ଶ୍ରମ ଅଧିକାରୀ ପ୍ରିୟଙ୍କା ନାୟକ, ପୋଲିସ ଏଏସଐ ଅଜୟ ସୁତାରଙ୍କ ସହ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଜିଲ୍ଲା ସଦରରେ ଥିବା ବିଭିନ୍ନ ହୋଟେଲ, ଦୋକାନ ଗୁଡିକ ଯାଞ୍ଚ କରଯାଇଥିଲା। ନାବାଳକଙ୍କୁ କାର୍ଯ୍ୟରେ ନଲଗାଇବା ପାଇଁ ପୂର୍ବରୁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ଆଜି ଏହାକୁ ନେଇ ଯାଞ୍ଚ କରଯାଇଥିଲା। ଏହି ସମୟରେ ଦୁଇଟି ହୋଟେଲରୁ ୩ଜଣ ନାବାଳକ କାର୍ଯ୍ୟ କରୁଥିବା ଦେଖି ଥିଲେ ଅଧିକାରୀ। ଉଦ୍ଧାର କରାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଛି।

ad-week
Leave A Reply

Your email address will not be published.