ଦୁଇ ଘଣ୍ଟାର ଆକ୍ଲାନ୍ତ ପରିଶ୍ରମ ପରେ ତିନି ବର୍ଷର ଶିଶୁଙ୍କ ମୁଣ୍ଡରୁ ଗରା ବାହାର କଲେ ଅଗ୍ନିଶମ ବିଭାଗ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ପ୍ରଦୀପ ବିସ୍ଵାସଙ୍କ ତିନି ବର୍ଷର ପୁଅ ତନ୍ମୟଙ୍କ ମୁଣ୍ଡ ଅଚାନକ ଭାବରେ ଏକ ଷ୍ଟିଲ ଗରା ଭିତରେ ଫସିଯାଇଥିଲା। ଏହି ଘଟଣାରେ ଶିଶୁଟି ବହୁତ କଷ୍ଟ ଅନୁଭବ କରୁଥିଲା। ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଗରାଟି ବାହାର କରିପାରିନଥିଲେ। ପରେ ସେମାନେ କୋରୁକୋଣ୍ଡା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ବିଭାଗର ଟିମ୍ ଘଟଣାସ୍ଥଳକୁ ପହଞ୍ଚି ଚେଷ୍ଟା କଲେ ମଧ୍ୟ ଗରା ବାହାରିଲା ନାହିଁ। ତୁରନ୍ତ ଅଗ୍ନିଶମ ବିଭାଗର ଗାଡ଼ି ଦ୍ୱାରା ଶିଶୁଟିକୁ ମାଲକାନଗିରି ଜିଲ୍ଲା ଅଗ୍ନିଶମ ବିଭାଗ ମୁଖ୍ୟାଳୟକୁ ନେଇଯାଇଯାଇଥିଲା। ସେଠାରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଆଶୁଚିତ ଉପକରଣ ଓ ସାବଧାନତା ସହିତ ଗରାକୁ କାଟି ଶିଶୁଟିର ମୁଣ୍ଡକୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟକୁ ନେଇ ମାଲକାନଗିରି ଅଗ୍ନିଶମ ବିଭାଗର ଏଏଫଓ କମଳ କୁମାର ଗଉଡ, କୋରୁକୋଣ୍ଡା ବିଭାଗର ଏଲଏଫଏଫ ବାସୁଦେବ ବିଶ୍ଵାଳ ସହ ବିଭାଗର ସମସ୍ତ କର୍ମଚାରୀଙ୍କୁ ଶିଶୁର ପରିବାର ଓ ଅଞ୍ଚଳବାସୀ ଦ୍ୱାରା ବହୁତ ପ୍ରଶଂସା ଏବଂ ଧନ୍ୟବାଦ ଜଣାଯାଇଛି।

ad-week
Leave A Reply

Your email address will not be published.