ପୂର୍ବତନ ସରପଞ୍ଚଙ୍କୁ ଗୁଳିମାଡ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ

youtube

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ଆଗକୁ ପଞ୍ଚାୟତ ନିର୍ବାଚନ।କଥା କଥାରେ ଫୁଟୁଛି ଗୁଳି ଓ ବୋମା ମାଡ଼।ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଥାନା ସୁନାଥର ଗ୍ରାମର ପୂର୍ବତନ ସରପଞ୍ଚଙ୍କୁ ଗୁଳିମାଡ। ଗୁଳିମାଡ଼ରେ ଆହତ ପୂର୍ବତନ ସରପଞ୍ଚଙ୍କୁ ବ୍ରହ୍ମପୁର ବଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଗୁଳିମାଡ଼ରେ ଆହତ ପୂର୍ବତନ ସରପଞ୍ଚ ହେଲେ ସୂନାଥର ଗ୍ରାମର କାଳିଆ ଜେନା। ଘଟଣା ସ୍ଥଳରେ ଗଞ୍ଜାମ ଅଧିକ୍ଷକ ଶୁଭେନ୍ଦୁ ପାତ୍ର,ଆସିକା ଉପଖଣ୍ଡ ଅଧିକାରୀ ସନ୍ତୋଷ ଜେନା,ଶେରଗଡ ଥାନା ଅଧିକାରୀ ବିରେନ୍ଦ୍ର ଶିଅଳ ଓ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ସୁଚନା ଅନୁସାରେଶେରଗଡ଼ ଥାନା ସୁନାନ୍ତର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କାଳିଆ ଜେନା ଘର ବାରଣ୍ଡାରେ ବସିଥିବା ବେଳେ ୩ଟି ବାଇକରେ ୬ ଜଣ ଦୁବୃର୍ତ୍ତ ମୁଖା ପିନ୍ଧି ହଠାତ୍ ଗୁଳି ଫୁଟାଇବା ସହ ବୋମାମାଡ କରିଥିଲେ। ଗୁଳି କାଳିଦାସଙ୍କ ଶରୀରରେ ନବାଜି ହାତରେ ବାଜିଥିବା ଜଣାପଡିଛି। ଗୁଳି ଓ ବୋମାମାଡ ପରେ ଦୁବୃର୍ତ୍ତ ମାନେ ଆଖି ପିଛୁଳାକେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.