
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ଅପରାଧର ହଵ ଓ ଅପରାଧୀଙ୍କ ଅଭୟାରଣ୍ୟ ପାଲଟିଛି । ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଜିଲ୍ଲାରେ ଧର୍ଷଣ,ସହ ମୁଣ୍ଡ ଗଡିବା ଭଳି ଘଟଣା, ବେଆଇନ ବାଲି ଉତ୍ତୋଳନ, ବେଆଇନ ମଦ କାରବାର ସହ ଜିଲ୍ଲାରେ ଘଟିଥିବା ଏକାଧିକ ହତ୍ୟାକାଣ୍ଡ ଓ ଡକାୟତି ଘଟଣା ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି । ସରକାରଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ଶୁକ୍ରବାର ବିଳମ୍ବିତ ରାତିରେ ଶେରଗଡ଼ ଥାନା ସୁନାଥର ଗ୍ରାମର ପୂର୍ବତନ ସରପଞ୍ଚଙ୍କୁ ତାଙ୍କ ଘର ଆଗରେ ଗୁଳି ମାରିବା ସହ ବୋମାମାଡ ଘଟଣାରେ ହିଞ୍ଜିଳି କଙ୍ଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ ଶନିବାର ହିଞ୍ଜିଳିକାଟୁ ପୁର୍ତ୍ତବିଭାଗ ଡ଼ାକବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସର ପାରିବାପଣିଆ ବିରୋଧରେ ବିଷୋଦଗାର କରିଛନ୍ତି । ଅଭିଯୋଗ ମୁତାବକ ଗଞ୍ଜାମ ଜିଲ୍ଲାରେ ଦୁଇ ଜଣ ସରକାରୀ ବିସ୍ପୋରକ କ୍ରୟ କରିପାରିବେ ବୋଲି ଅନୁମତି ପାଇଥିବା ବେଳେ ବେଆଇନ ଭାବେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ସରକାର କ୍ଷତିପୂରଣ ସହୁଛନ୍ତି, ସରକାରୀ ଜାଗା ରେ ମଦ ଦୋକାନ ଖୋଲିବାକୁ ଅନୁମତି, ବେଆଇନ ବାଲି ଉତ୍ତୋଳନ,ସହ ମାଉଜର ପାହାଡ ଗଦାରେ ଜିଲ୍ଲା ଥିବା ଓ ଜୈନିକ ଯୁବକ ଙ୍କୁ ଅସାମାଜିକ ଯୁବକ ମାନେ ମାଉଜର ଦେଖାଇ ଡରାଈବା ଭଳି ଘଟଣା ହିଞ୍ଜିଳି ଥାନା ରେ ଅଭିଯୋଗ ପରେ ପୋଲିସ ହାତ ବାନ୍ଧି ଥିବା ,ଗୋଳନ୍ଥରା ଥିନା କରାପଲି ଗ୍ରାମର ଜନୈକ ଝିଅକୁ ମାରିବା, ଗୋପାଳପୁର ବେଳାଭୂମି ରେ ଗଣ ଦୁଷ୍କର୍ମ କରାଯାଇଛି ।
ଗଞ୍ଜାମ ଜିଲ୍ଲାରେ ବେଆଇନ ଭାବେ ବିସ୍ଫୋରକ ବିକ୍ରି ହେଉଥିବା ଅଭିଯୋଗ। ପ୍ରଶାସନିକ ଅନୁମତି ନଥାଇ ବେଆଇନ ଭାବେ ପାହାଡ଼ ଫଟାଯଉଛି। ଏହା ଉପରେ କେହି ଅଙ୍କୁଶ ଲଗାଉନଥିବା ବେଳେ ଏଭଳି ବିସ୍ଫୋରଣ ଲାଗି ଅନେକ ସମୟରେ ଅକାଳରେ ଧନ ଜୀବନ ନଷ୍ଟ ହେଉଛି । ଘର, ଜମି କ୍ଷତିଗ୍ରସ୍ତ ହେଉଛି। ବେଆଇନ ବିସ୍ଫୋରକ ବିକ୍ରି ଏବଂ ବ୍ୟବହାରକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ବିସ୍ଫୋରକ ବ୍ୟବହାର ଦ୍ୱାରା ପ୍ରକୃତି ନଷ୍ଟ ହେଉଛି। ପଶୁ, ପକ୍ଷୀ ଏବଂ ମଣିଷ ଜୀବନ ଯଉଥୁବା ନଜିର ରହିଛି।ଜିଲ୍ଲାରେ ବାରୁଦ ଅର୍ଥାତ ନାଇଟ୍ରାଟ୍ ମିକ୍ସଚର୍ ବିକ୍ରି ପାଇଁ ୪ଟି ସଂସ୍ଥା ଅନୁମତି ନେଇଛି। କିନ୍ତୁ କ୍ରୟ କରିପାରିବେ ବୋଲି ଅନୁମତି ନାହିଁ। ଏହାବ୍ୟତୀତ ହିଞ୍ଜିଳିକାଟୁ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ରାତିରେ ଚୋରି ଓ ଡକାୟତି ହେଉଛି। ଦିନ ଆଲୁଅରେ ରାସ୍ତାରେ ଛିନତାଇ ଓ ରାହାଜାନୀ ପରି ଘଟଣା ଦେଖିବାକୁ ମିଳୁଛି। ପୋଲିସର କାର୍ଯ୍ୟଦକ୍ଷତାକୁ ଅପରାଧୀମାନେ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ ମଧ୍ୟ ଅପରାଧ ଉପରେ ଅଙ୍କୁଶ ଲଗାଇବା ପୋଲିସ ପକ୍ଷେ ସମ୍ଭବପର ହେଉନାହିଁ । ଏପରି ସ୍ଥିତିରେ ପୋଲିସ ଲୋକଙ୍କ ବିଶ୍ବାସନୀୟତା ହରାଇ ସାରିଥିବା କଙ୍ଗ୍ରେସ ନେତା ଶ୍ରୀ ପାଢି କହିଛନ୍ତି। ଏହାକୁ ଦୃଢ଼ ନିନ୍ଦା କରିବା ସହ ସରକାର ଏହାର ପ୍ରତିକାର କରିବା ପାଇଁ ଆଗେଇ ଆସନ୍ତୁ ବୋଲି ଶ୍ରୀ ପାଢି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।