
ବ୍ରହ୍ମପୁର:ଅଶାନ୍ତ ଗଞ୍ଜାମ ଜିଲ୍ଲା, ପୁଣି ୩ ଯୁବକକୁ ହାଣିଲେ ଦୁର୍ବୁତ୍ତ।ପ୍ରତିଦିନ ଜିଲ୍ଲାରେ ଗୋଷ୍ଠୀ ବିବାଦ ସହ ହଣାମରା ଓ ଗୁଳି ଫୁଟୁଛି ଯାହା ଫଳରେ ଅଶାନ୍ତ ହୋଇଛି ରହିଛି ପୁରା ଗଞ୍ଜାମ ଜିଲ୍ଲା । ଗତକାଲି ବିଳମ୍ବିତ ରାତିରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ଗାଁରେ ଭାଗିରଥି ମହାନ୍ତି, ଗୋପାଳ ମହାନ୍ତି ଓ କାଁହୁ ମହାନ୍ତିଙ୍କୁ ଖଣ୍ଡାରେ ହାଣିଲେ ଦୁବୃର୍ତ୍ତ। ବର୍ତ୍ତମାନ ଭିଶାଖାପାଟନମ୍ ମେଡ଼ିକାଲରେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ ଏକାଧିକ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି। ଶେର ଗଡ଼ ବୋମା ମାଡ଼ ଗୁଳି ମାଡ଼ ଘଟଣା ର ୨୪ ଘଣ୍ଟା ଭିତରେ ପୁଣି ପୁରୁଷୋତ୍ତମପୁର ଅଞ୍ଚଳ ରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ରେ ଆକ୍ରମଣ କରଯାଇଛି। କିଛି ଆଗ ଧାଡ଼ିର ଅପରାଧ ତତ୍ତ୍ୱ ମାନଙ୍କୁ ସ୍ଥାନୀୟ ନେତାଙ୍କ ଆଶୀର୍ବାଦ ଯୋଗୁଁ ଆଜି ପୋଲିସ ହାତ ବାନ୍ଧି ବସିବାକୁ ପଡ଼ିଥିବା ନେଇ ଆଲୋଚନା ହେଲାଣି।