କୋରାପୁଟ ଜଗଦଲପୁର ଯାତ୍ରିବାହୀ ଟ୍ରେନ ଚଳାଚଳ କରିଥିବାରୁ ବିଜୁ ଜନତା ଦଳ ତରଫରୁ ଧନ୍ୟବାଦ ଜ୍ଞାପନ

youtube

କୋଟପାଡ଼ : ଗତ ଜୁନ୍ ମାସ ଦୁଇ ତାରିଖ ଦିନ ପାହାଡ଼ରୁ ପଥର ଖସିବା ଦ୍ୱାରା କୋରାପୁଟଠାରୁ ଜଗଦଲପୁର ପର୍ଯ୍ୟନ୍ତ ପାସେଞ୍ଜେର ଟ୍ରେନ ଚଳାଚଳ ବନ୍ଦ ହୋଇଥିଲା।ଯାହା ଫଳରେ କୋଟପାଡ଼, ଜୟପୁର, ବୋରିଗୁମ୍ମା, ବୈପାରିଗୁଡା, କୁନ୍ଦୁରା ତଥା ପଡୋଶୀ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅଞ୍ଚଳର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ଅଞ୍ଚଳବାସୀଙ୍କ ଏହି ସମସ୍ୟାକୁ ହୃଦବୋଧ କରି ଜୟପୁର ସବଡିଭିଜନର ପାଞ୍ଚଗୋଟି ବ୍ଳକ ଜୟପୁର, ବୋରିଗୁମ୍ମା,କୁନ୍ଦୁରା, କୋଟପାଡ଼ ଓ ବୈପାରିଗୁଡାର ବିଜୁ ଜନତା ଦଳ କର୍ମୀମାନେ ରାଜ୍ୟ ବିଜେଡି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରବିନାରାୟଣଙ୍କ ନେତୃତ୍ୱରେ ଗତ୨୮ ତାରିଖ ଦିନ ଉମୁରୀ ଷ୍ଟେସନଠାରେସଧାରଣା ପ୍ରଦର୍ଶନ କରିଥିଲେ।

ଯଥାଶୀଘ୍ର ଭୂବନେଶ୍ୱର, ବିଶାଖାପାଟଣା, ରାଉରକେଲା ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଦାବୀ କରିଥିଲେ।ଏଥିସହ ଯଦି ତୁରନ୍ତ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ ନହୁଏ ତେବେ ଏହି ଟ୍ରାକ ଦେଇ ଚଳାଚଳ କରୁଥିବା ସମସ୍ତ ମାଲଗାଡିକୁ ବନ୍ଦ କରିବାର ଚେତାବନୀ ଦିଆଯାଇଥିଲା।ବିଜୁ ଜନତା ଦଳ ପକ୍ଷରୁ କରାଯାଇଥିବା ଧାରଣା ପରେ ପରେ ରେଳବିଭାଗରେ ତତ୍ପରତା ପ୍ରକାଶ ପାଇବା ସହ ଭୁବନେଶ୍ୱର,ରାଉରକେଲା, ବିଶାଖାପାଟଣା, ହାୱଡା ଅଞ୍ଚଳକୁ ଜଗଦଲପୁରରୁ ଟ୍ରେନ ଚଳାଚଳର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜନସାଧାରଣ ଆଶ୍ୱସ୍ତି ଲାଭ କରିଛନ୍ତି।ଏହି ଉପଲକ୍ଷେ ଅଞ୍ଚଳବାସୀ ଓ ବିଜୁ ଜନତା ଦଳ ତରଫରୁ ସୁଧିର ମହାନ୍ତି, ବିରେନ୍ ବିଶୋଇ, ନରେନ୍ଦ୍ର ସ୍ବାଇଁ,କେଶବ ପଣ୍ଡା,ବୃନ୍ଦା ମଲ୍ଲିକ,ଏମଡି ସଲିମ୍,ଅଜିତ ପଟ୍ଟନାୟକ,ଆରିଫ ପଟେଲ, ଇଶ୍ୱର ରାଓ, ଗୋପାଳ ଲାଲ,ପ୍ରତାପ ସାହୁ,ବ୍ଳକ ଚେୟାରମେନ କମଳା ଭତ୍ରା, ଉପାଧ୍ୟକ୍ଷ ତପନ ପାଣିଗ୍ରାହୀ,ବୁଲୁ ବିଶୋଇ, ଜିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚଲାଣ ଓ ଗୀତା ମାଝୀ ପ୍ରମୁଖ ପୂର୍ବତଟ ରେଳବିଭାଗର ବିଶାଖାପାଟଣା ଡିଭିଜନର କତ୍ତୃପକ୍ଷ ଏବଂ ବିଜୁ ଜନତା ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l

Leave A Reply

Your email address will not be published.