ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣକୁ ନେଇ ଭୁକମ୍ପ : ରିପୋର୍ଟ କାର୍ଡ଼ ଫେଲ ଯୋଗୁଁ ଅନେକ ମନ୍ତ୍ରୀଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି…!

ଅନ୍ୟପଟେ ସରକାଙ୍କୁ ଅନାସ୍ଥା ଭୟ ଘାରିଛି….!

ଭୁବନେଶ୍ୱର: ସାରା ରାଜ୍ୟରେ ନାରୀ ନିର୍ଯ୍ୟାତନା ସାଙ୍ଗକୁ ନାବାଳିକା ମାନଙ୍କ ପ୍ରତି ଦୁଷ୍କର୍ମ ଏବଂ ଗଣ ଦୁଷ୍କର୍ମ ଘଟଣା ଦିନକୁ ଦିନ ବଢ଼ିବା ଯୋଗୁଁ ମୋହନ ସରକାର ଏବେ ବଦନାମ ହେବାକୁ ପଡିଛି। ବର୍ତ୍ତମାନ ରାଜ୍ୟରେ ଆଇନ ଶୃଙ୍ଖଳା ବି ବିପର୍ଯ୍ୟସ୍ତ ଏଭଳି ପରିସ୍ଥିତି ରେ କଂଗ୍ରେସ ଓ ବିଜେଡ଼ି ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ସଜବାଜ ହେଉଛନ୍ତି।ଯାହାକୁ ନେଇ ସରକାର ଚିନ୍ତା ଗ୍ରସ୍ତ, ରାଜ୍ୟର ମୁଖିଆଙ୍କ ଦିଲ୍ଲୀ ଗସ୍ତ ଓ ପ୍ରଭାରୀଙ୍କ ଭୁବନେଶ୍ୱର ଆସିବା ପରେ ଶାସକ ଦଳରେ ହଲଚଲ ଦେଖିବାକୁ ମିଳୁଛି। ଏକ ବର୍ଷ ପୂର୍ତ୍ତି ହେଉ ହେଉ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଉପରେ ବିଧାୟକ ମାନଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ମାନଙ୍କ ରିପୋର୍ଟ କାର୍ଡ଼ ପ୍ରସ୍ତୁତ କରାଯାଇଥିଲା।ଏହା ପରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ଜୋର ଦାର ଚର୍ଚ୍ଚା ହୋଇଥିଲା। କିଛି ମନ୍ତ୍ରୀଙ୍କ ପଦବୀ ଯିବ କିଛି ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଆଭାସ ମିଳିଥିଲା।ଗଞ୍ଜାମ ଜିଲ୍ଲାର ଦୁଇ ଜଣ ବିଧାୟକ ଲାଳ ଗଡ଼ାଇ ଗଣ୍ଠିଳି ଧରି ରାଜଧାନୀ ରେ ଡେରା ପକେଇ ଥିବାର ଚର୍ଚ୍ଚା ଜୋର ଧରିଥିଲା।ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ଡ଼ବଲ ଇଞ୍ଜିନ ଡବଲ ଧମାକା ଦେଖାଇବାରେ ବିଫଳ ହୋଇଛି। ପୂର୍ବରୁ ଅଭିଜ୍ଞତା ନଥିବା ବିଧାୟକ ମାନଙ୍କୁ ମନ୍ତ୍ରୀ କରିବା ଏବେ ଦଳ ପାଇଁ ବୁମେରା ପାଲଟିଛି। ବର୍ତ୍ତମାନ ଅଭିଜ୍ଞତା ଥିବା ବ୍ୟକ୍ତି ବିଶେଷଙ୍କୁ ମନ୍ତ୍ରୀ ମଣ୍ଡଳ ରେ ପ୍ରଧାନ୍ୟତା ଦେବାକୁ ଉପରୁ ହୁକୁମ ଆସିଛି।ମନ୍ତ୍ରୀ ମଣ୍ଡଳ ସାମ୍ପ୍ରସାରଣ ହେବାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ସରିଛି। ଏପଟେ ବିଜେପି ବିପକ୍ଷ ରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିଜେଡ଼ି ଓ କଂଗ୍ରେସ ଅଣ୍ଟା ଭିଡିଛନ୍ତି। ଏହି ସମୟରେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କରିଲେ କ୍ରସ ଭୋଟିଙ୍ଗର ଭୟ ମଧ୍ୟ ଘାରିଛି। ଶାସକ ଦଳର କିଛି ମନ୍ତ୍ରୀ ମାନଙ୍କ ମନମାନି ଯୋଗୁଁ ଦଳ ଏବେ ଅଡୁଆ ପରିସ୍ଥିତି ର ସମ୍ମୁଖୀନ ହୋଇଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ରେ ଆଲୋଚନା ହେଉଛି। ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କରିବାର ରିସ୍କ ଏବେ ଶାସକ ଦଳ ନେବ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ରାଜଧାନୀରେ ବର୍ତ୍ତମାନ ରାଜନୈତିକ ବାତାବରଣ ସରଗରମ ରହିଛି। କିଛି ପୁରୁଖା ରାଜନୈତିକ ବ୍ୟକ୍ତି କହିବା ପ୍ରକାରେ ରାଜ୍ୟରେ ଅଧିକାଂଶ ଆଇ.ଏ.ଏସ ଅଧିକାରୀ ମାନଙ୍କୁ ବଡ଼ ଧରଣର ଅଦଳ ବଦଳ ଯୋଗୁଁ ଶାସକ ଦଳ ଅସୁବିଧା ର ସମ୍ମୁଖୀନ ହେଉଛି। ନୂଆ ବାବୁ ମାନେ ନେତାଙ୍କ ବୋଲ ମାନୁନାହାନ୍ତି।ସୂଚନା ମିଳୁଛି ଗଞ୍ଜାମ ଜିଲ୍ଲାର ବଡ଼ ବିଭାଗ ପଶ୍ଚିମ ଓଡିଶାକୁ ଯିବାର ବ୍ଲୁପ୍ରିଣ୍ଟ ତିଆରି କରାଯାଇଥିବା ବିଷୟ ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି। ବିଭାଗ ବଦଳିବା ଆଭାସ ମିଳିବା ପରେ ଯିଏ ଯାହାର ପାଖ ଲୋକଙ୍କୁ ଥଇଥାନ କରିବାରେ ବ୍ୟସ୍ତ ଥିବା ମଧ୍ୟ ଲକ୍ଷ କରାଯାଇଛି। ମୁଖ୍ୟତଃ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣକୁ ନେଇ କିଛି ବଡ଼ ବଡ଼ ବିଭାଗ ମନ୍ତ୍ରୀଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି ବୋଲି ବି ଚର୍ଚ୍ଚା ହେଲାଣି ଶିକ୍ଷା, ଖଣି ବିଭାଗ ପ୍ରତି ନଜର ସମସ୍ତଙ୍କ ରହିଛି l କାରଣ ବର୍ଷକ ରେ ଏହି ଦୁଇବିଭାଗ ର ଦୁର୍ନୀତି ହାଟରୁ ଯାଇ ବାଟରେ ଗଡୁଛି ବୋଲି ସରକାର ବି ଜାଣି ସାରିଲେଣି ତେଣୁ ଦେଖାଯାଉ ସମୟ କଣ କହୁଛି…