ଭଗବାନ ଭରସା ରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ :ଡାକ୍ତରଙ୍କ କର୍ତ୍ତବ୍ୟ ରେଫେର ଟୁ ବ୍ରହ୍ମପୁର…..!

youtube


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିନକୁ ଦିନ ଭୁସିଡ଼ି ବାକୁ ବସିଲାଣି l ଭଗବାନ ଭରଷା ରେ ବର୍ତ୍ତମାନ ରୋଗୀ l ଡାକ୍ତର ମାନଙ୍କ ସେବା ମନବୃତି ଆଉ ନାହିଁ ନାମକୁ ମାତ୍ର ସରକାରୀ ଡାକ୍ତର କିନ୍ତୁ ବାବୁ କ୍ଲିନିକ ରେ l ନିରୀହ ଲୋକଙ୍କୁ ବର୍ତ୍ତମାନ ମଶା ଯେପରି ଶରୀର ରୁ ରକ୍ତ ଶୋଷେ ଠିକ ସେହିପରି ଡାକ୍ତର ମାନେ ରୋଗୀ ମାନଙ୍କୁ ଶୋଷି ବାରେ ବ୍ୟସ୍ତ l ସୂଚନା ଥାଉକି ଜିଲ୍ଲାର ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଭଗବାନଙ୍କ ଭରସାରେ ଚାଲିଛି କହିଲେ ଚଳେ। ଜିଲ୍ଲା ପ୍ରଶାସନର ବହୁ ବଡ଼ ବଡ଼ ବାବୁ ମାନେ ଏଠାରେ ରହୁ ଥିଲେ ବି ସାଧାରଣ ରୋଗୀ ଙ୍କୁ ଏହି ଚିକିତ୍ସାଳୟ ରେ ଚିକିତ୍ସା ସେବା ମିଳୁନାହିଁ। ଏହି ଚିକିତ୍ସାଳୟ ଉପରେ ଛତ୍ରପୁର, ରମ୍ଭା, ଗଞ୍ଜା ଏନ.ଏ.ସି ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଜନସାଧାରଣ ନିର୍ଭର କରନ୍ତି। ଅଧିକାଂଶ କରି ରାତ୍ର ସମୟରେ ସାମାନ୍ୟ ଦେହ ଖରାପ ହୋଇ ରୋଗୀ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଗଲେ ସେଠାରେ କର୍ତ୍ତବ୍ୟ ବାନ ଡାକ୍ତର ମାନେ ରେଫର ଟୁ ବ୍ରହ୍ମପୁର ପଠେଇ ଦିଅନ୍ତି। ଏଠାରେ ଚିକିତ୍ସା ପାଇଁ ଉନ୍ନତ ମାନର ଯନ୍ତ୍ର ନାହିଁ ଏମ.କେ ସି.ଜି କୁ ଚାଲିଯାଅ ନହେଲେ ଜୀବନ ପ୍ରତି ବିପଦ କହି ଭୟ ଦେଖନ୍ତି ବୋଲି ଅଭିଯୋଗ ହେଉଛି। ରାତ୍ର ସମୟରେ ରୋଗୀ ଚିକିତ୍ସା ପାଇଁ ଗଲେ ଡ୍ୟୁଟି ରେ ଥିବା ଡାକ୍ତର ଦୂରରୁ ରୋଗୀଙ୍କୁ ଦେଖି ନର୍ସ ମାନଙ୍କୁ ନିର୍ଦ୍ଧେଶ ଦେଇ ଚୁପଚାପ ଚାଲି ଯାଉଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି। ଦୀର୍ଘ ବର୍ଷ ହେଲା ଏହି ଚିକିତ୍ସାଳୟ ଅବ୍ୟବସ୍ଥା ଘେରରେ ରହିଆସିଛି। ଜିଲ୍ଲାପାଳ ଓ ନିର୍ବାଚିତ ପ୍ରତିନିଧି ମାନେ ଅଚାନକ ରାତ୍ର ସମୟରେ ଭିଜିଟ କଲେ ଡାକ୍ତରଖାନା ର ହେଉଥିବା ଅବ୍ୟବସ୍ଥା ସମ୍ପର୍କ ରେ ଜାଣିପାରିବେ ବୋଲି ସଚେତନ ମହଲ ରେ ଆଲୋଚନା ହେଉଛି। କେବଳ ଗଞ୍ଜାମ ଜିଲ୍ଲାର କେବଳ ଛତ୍ରପୁର ନୁହଁ ପୁରୁଷୋତ୍ତମପୁର, ଆସିକା, ଭଞ୍ଜନଗର, ଖଲ୍ଲିକୋଟ, ହିଞ୍ଜିଳି, ଦିଗପହଣ୍ଡି ଏବଂ ଚିକିଟି ରେ ଏହି ପରି ଏକା ଅବସ୍ଥା ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l

Leave A Reply

Your email address will not be published.