
ପୋଲିସ କୁ ଖୋଲା ଚ୍ୟାଲେଞ୍ଜ… କି….?
ବ୍ରହ୍ମପୁର: ଶୁକ୍ରବାର ଦିନ ପ୍ରାୟ ସାଢ଼େ ପାଞ୍ଚ ଟା ବେଳେ ଆସିକା ଅଞ୍ଚଳ ରେ କିଛି ଏରଗୋଲା ବସ୍ତି ର ଯୁବକ ବାଇକ ରେ ଦୁଇ ରୁ ତିନି ଜଣ ଲେଖାଏଁ ଦଶ ଜଣ ରୁ ଅଧିକ ସଂଗଠିତ ହୋଇ ବାଇକ ଚଳାଇ ରାସ୍ତା ରେ ଲୋକଙ୍କୁ ଆତଙ୍କିତ ହୋଇ ସୁନାମ୍ବ ସାହି ରାସ୍ତା ଦେଇ ଗଣ୍ଡପଲ୍ଲୀ ନିକଟ ଏରଗୋଲା ବସ୍ତି ଆଡକୁ ଯାଇଥିଲେ। ଏହି ଗୋଷ୍ଠୀ ହାତରେ କପଡା ଗୁଡ଼ାଇ ମରଣାସ୍ତ୍ର ରଖିଥିବାରୁ ସେମାନଙ୍କୁ କେହି ଅଟକାଇବା କୁ ସାହାସ କରିନଥିଲେ କରାତଳି ଏରଗୋଲା ବସ୍ତି ଓ ଠେଙ୍ଗାପଲ୍ଲୀ ଏରଗୋଲା ବସ୍ତି ର ଦୁଇ ପରିବାର ମଧ୍ୟରେ ହୋଇଥିବା ଗଣ୍ଡଗୋଳ ପରେ କରାତଳି ଏରଗୋଲା ବସ୍ତି ସହିତ ବାହାରୁ ଲୋକଙ୍କୁ ଆଣି ଆସିକା ର ରାସ୍ତା ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ପକ୍ଷରୁ ଗଣ୍ଡପଲ୍ଲୀ ଓ ଠେଙ୍ଗାପଲ୍ଲୀ ନିକଟ ଏରଗୋଲା ବସ୍ତି ରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି। ପ୍ରତ୍ୟକ୍ଷ ଦର୍ଶୀ ଙ୍କ କହିବା ପ୍ରକାରେ ଏହି ଗୋଷ୍ଠୀ ରାସ୍ତାରେ ଗାଳି ଗୁଳଜ କରିବା ସହିତ ପଥଚାରି ଙ୍କୁ ଭୟଭୀତ କରୁଥିଲେ। ପୋଲିସ କିଛି ଏରଗୋଲା ବସ୍ତି ରେ ପହଞ୍ଚି ଥିଲେ ମଧ୍ୟ କିଛି ଟେର ପାଇନାହିଁ। ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲାର କିଛି ଏରଗୋଲା ଯୁବକ ମାନେ ରାଜ୍ୟ ସମେତ ରାଜ୍ୟ ବାହାରେ ଛିନନ୍ତାଇ ବାଇକ ଡ଼ିକି ଭାଙ୍ଗି ଲୁଟ କରୁଥିବାର ସମୟରେ ଗିରଫ ହେବାର ନଜିର ରହିଛି। ଏହି ବାଇକ ରାଲି ପରେ ଏରୋଗଲା ସମ୍ପ୍ରଦାୟର କିଛି ଯୁବକ ସେମାନଙ୍କ ଉପସ୍ଥିତି ଜାହିର କରି ଆତଙ୍କ ଖେଳାଇବା ଯୋଗୁଁ ପୋଲିସ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ସଦୃଶ୍ୟ ହୋଇଛି।