ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କ୍ଲଷ୍ଟର୍ ସ୍ତରୀୟ ବୈଠକ ପରିଦର୍ଶନ

add-all

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ କରବାଲୁଆ କ୍ଲଷ୍ଟରର ଦ୍ଵିତୀୟ ମାସିକ ବୈଠକ ପ୍ରାଥମିକ ବିଦ୍ୟାଳୟ ବଡ଼ଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକକୁ ଗୋଷ୍ଠି ଶିକ୍ଷାଧିକାରୀ ଚିକିଟୀ ପନ୍ନଗଭୂଷଣ ମାଝି, ସି ଆର ସି ସି ମିନତି କୁମାରୀ ପାଠୀ, ଉଦ୍ଘାଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅଵସରରେ ସମଗ୍ର ଶିକ୍ଷାରୁ ଅତିରିକ୍ତ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟ ଏବଂ ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ପଣ୍ଡା ପରିଦର୍ଶନରେ ଆସି ବୈଠକରେ ଅଂଶଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବା ସହ ସି ଆର ସି ସି ଙ୍କ ଶ୍ରେଣୀ ପରିଚାଳନା, ଉପଲବ୍ଧ ସାମଗ୍ରୀକୁ ପରିଦର୍ଶନକରି ଖୁସି ବ୍ୟକ୍ତ କରିଥିଲେ। ତତ୍ ସହିତ ଶ୍ରେଣୀ ପରିଚାଳନା ସମୟରେ ହେଉଥିବା ସମସ୍ୟା ଗୁଡିକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ପଚାରି ବୁଝିଥିଲେ। ପିଲାଙ୍କ ପାଠ୍ୟପୁସ୍ତକ,ପାଠ୍ୟକ୍ରମ ଓ ପ୍ରସଙ୍ଗକୁ ଠିକ୍ ରେ ବୁଝି ଶ୍ରେଣୀ ଗୃହକୁ ପ୍ରବେଶ କରିବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଉକ୍ତ କ୍ଲଷ୍ଟର୍ ଅନ୍ତର୍ଗତ ସମସ୍ତ ସ୍କୁଲ ଯୋଗଦେଇଥିଲେ ଏବଂ ବଡ଼ ଗାଁ ପ୍ରାଥମିକ ବିଦ୍ୟାଳୟର ପରିଚାଳନା ସଭାପତି ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ଶଙ୍କର ମହାନ୍ତିଙ୍କ ଧନ୍ୟବାଦ ଅର୍ପଣ ରେ କାର୍ଯ୍ୟକ୍ରମକୁ ଆସନ୍ତା ମାସ ପାଇଁ ସ୍ଥଗିତ ରଖାଯାଇଥିଲା।

ad-week
Leave A Reply

Your email address will not be published.