ରାୟଗଡ଼ା ବିଜୁ ଜନତା ଦଳର ନେତା ଏନ୍.ଭାସ୍କର ରାଓଙ୍କ ବିରୋଧରେ ସଂଘାତିକ ଅଭିଯୋଗ, ଟ୍ରକ୍ ମାଲିକ ସଂଘର ୬୦ କୋଟି ଟଙ୍କା ହେରଫେର୍ ନେଇ ଥାନାରେ ଅଭିଯୋଗ

add-all

ରାୟଗଡ଼ା : ରାୟଗଡା ଟ୍ରକ୍ ମାଲିକ ସଂଘରେ ବ୍ଯାପକ ଆର୍ଥିକ ଅନିୟମିତତା ହୋଇଛି। ଏବଂ ଏହା ବରିଷ୍ଠ ବିଜୁ ଜନତା ଦଳ ର ନେତା ତଥା ସେତେବେଳର ଟ୍ରକ୍ ମାଲିକ ସଂଘର ସଭାପତି ଏନ୍.ଭାସ୍କର ରାଓଙ୍କ ଅମଳରେ ହୋଇଛି ବୋଲି ଅଭିଯୋଗ ହେଇଛି। ଆଜି ରାୟଗଡା ଟ୍ରକ୍ ମାଲିକ ସଂଘର ସଭାପତି ୟାଲା କୋଣ୍ଡାବାବୁ ସଂଘ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି। ଗତ ଦୁଇ ବର୍ଷ ମଧ୍ଯରେ ସଂଘ ୨ କୋଟି ଟଙ୍କା ରାଜସ୍ବ ଆଦାୟ କରିଥିବା ବେଳେ ଦୀର୍ଘ ୪୦ ବର୍ଷ ଭାସ୍କର ରାଓଙ୍କ ଦ୍ବାରା ପରିଚାଳିତ ଏହି ସଂଘର ପ୍ରାୟ ୬୦ କୋଟି ଟଙ୍କା ଲୁଟ୍ ହୋଇଛି।

ସଂଘର ଟଙ୍କାରେ ଏନ୍.ଭାସ୍କର ରାଓ ଆଦିତ୍ଯ ଟ୍ରେଡିଙ୍ଗ୍ ପ୍ରାଇଭେଟ୍ ଲିମିଟେଡ଼, ଆଦିତ୍ଯ ପାୱାର ପ୍ରଜେକ୍ଟ, ଆଦିତ୍ୟ ଇଣ୍ଡଷ୍ଟ୍ରି ଓ ବାଲାଜି ରିଅଲ୍ ଇଷ୍ଟେଡ୍ ଏଣ୍ଡ୍ ଏଗ୍ରି ଡେଭଲପର୍ ପରି ଅନେକ ସଂସ୍ଥା ଖୋଲିଛନ୍ତି। ବିନା କାଗଜପତ୍ରରେ ସେ ସଂଘର କୋଟି କୋଟି ଟଙ୍କା ଆତ୍ମସାତ୍ କରିଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରିଛନ୍ତି । ଏନେଇ ଗତ ମାସ ୨୨ ତାରିଖରେ ଭାସ୍କର ରାଓଙ୍କ ସମେତ ସେତେବେଳର ସଂପାଦକ ବି.ମନ୍ମଥ ରାଓ ଓ କୋଷାଧ୍ୟକ୍ଷ ଜି.କ୍ରିଷ୍ଣାଙ୍କ ନାମରେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ରାୟଗଡା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ବୋଲି ପ୍ରକାଶ କରିଛନ୍ତି। ଆଜି ସମସ୍ତ କାଗଜପତ୍ର ଥାନାରେ ଦାଖଲ କରାଯିବ। ଏଣୁ ଏହି ଘଟଣାର ତଦନ୍ତ କରିବାକୁ ସରକାର ଇଓଡବ୍ଲୁ କିମ୍ବା ସିବିଆଇକୁ ଦିଅନ୍ତୁ ବୋଲି ଦାବି କରିବା ସହ ଏହି ଦୁର୍ନୀତି ଘଟଣାରେ ନ୍ଯାୟ ନମିଳିଲେ ଟ୍ରକ୍ ମାଲିକ ସଂଘ ରାଜରାସ୍ତାକୁ ଓଲ୍ଲାଇବ ବୋଲି ସଂଘର ସଭାପତି ୟାଲା କୋଣ୍ଡାବାବୁ ସୂଚନା ଦେଇଛନ୍ତି। ଅନ୍ଯପଟେ ଏହିପରି ଅର୍ଥ ଆତ୍ମସାତ୍ ଅଭିଯୋଗ ସଂକ୍ରାନ୍ତରେ ଭାସ୍କର ରାଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ad-week
Leave A Reply

Your email address will not be published.