ବିଶେଷ ସଘନ ସଂଶୋଧନ ୨୦୨୫ ନେଇ ତାଲିମ କାର୍ଯ୍ୟକ୍ରମ

add-all

ମାଲକାନଗିରି : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଶେଷ ସଘନ ସଂଶୋଧନ ୨୦୨୫ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ ଜାତୀୟ ସ୍ତର ମାଷ୍ଟର ଟ୍ରେନର ଦୁର୍ଯ୍ୟଧନ ଭୋଇ ଉପସ୍ଥିତ ରହି ତାଲିମ୍ ପ୍ରଦାନ କରିଥିଲେ। ରାଜ୍ୟ ସ୍ତର ମାଷ୍ଟର ଟ୍ରେନର ତଥା ସହାୟକ ଜିଲ୍ଲାପାଳ ଅଜୟ ମାଣ୍ଡାଙ୍ଗୀ ଜିଲ୍ଲାର ୧୭ ଜଣ ଜିଲ୍ଲାସ୍ତର ମାଷ୍ଟର ଟ୍ରେନର ଓ ୧୦ ଜଣ ଏଏଲଏମଟିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ସମସ୍ତ ଟ୍ରେନର ଆଗମୀ ଦିନରେ ବ୍ଲକ ଲେବଲ୍ ଟ୍ରେନର ଙ୍କୁ ତାଲିମ୍ ପ୍ରଦାନ କରିବେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଇଲେକ୍ସନ ଅଶୋକ ଚକ୍ରବର୍ତ୍ତୀ ଏହାକୁ ଆୟୋଜନ କରିବାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.