
କୋରାପୁଟ :08/08/2025, ଉପ -ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କୋରାପୁଟରେ ଆୟୋଜିତ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ସମାରୋହରେ ଯୋଗ ଦେବେ ଏବଂ ପାଞ୍ଚଦିନ ଯାଏଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ୫ଟି ଜିଲ୍ଲା – କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଗସ୍ତ କରିବେ। ଆଜି ଶିମିଳିଗୁଡା ଠାରେ ଏକ କଲେଜ କାର୍ଯ୍ୟକ୍ରମ ରେ ଯୋଗ ଦେବେ l ଏହି ଗସ୍ତ କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପଟାଙ୍ଗୀ ବ୍ଲକ କୋଟିଆ ଗସ୍ତ କରି ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସହିତ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ। ଏହି ଅବସରରେ କୋରାପୁଟରେ ଆୟୋଜିତ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ସମାରୋହରେ ଯୋଗ ଦେବେ। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ୫ଟି ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାଗୁଡିକର ସମୀକ୍ଷା କରିବା ସହ ଆଗାମୀ କାର୍ଯ୍ୟକ୍ରମ ଓ ପ୍ରକଳ୍ପଗୁଡିକର କାର୍ଯ୍ୟନ୍ୱୟନ ସମୀକ୍ଷା କରିବେ। ସେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ସୋନପୁର ଏବଂ ବଲାଙ୍ଗୀର ଗସ୍ତ କରି ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି l