ଭଗବାନ ଭରସା ରେ ବେଲଗୁଣ୍ଠା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର :ଆଟେଣ୍ଡେର ଦ୍ଵାରା ଚାଲିଛି ଚିକିତ୍ସା…

youtube


ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିନକୁ ଦିନ ଭୁସିଡ଼ି ଗଲାଣି l ବର୍ତ୍ତମାନ ଦେଖିବାକୁ ଗଲେ ଡାକ୍ତର ମାନଙ୍କ ଠାରୁ ବଡ଼ ଦଲାଲ କିଏ ନାହିଁ ବୋଲି ଚର୍ଚ୍ଚା ହେଉଛି l ଡାକ୍ତର ମାନେ ଡାକ୍ତର ଖାନା ଛାଡି ନିଜ କ୍ଲିନିକ ରେ ଅଧିକା ସମୟ ଦେଖିବାକୁ ମିଳୁଛି ରୋଗୀଙ୍କୁ ନିଜ ନର୍ସିଙ୍ଗ ହୋମ କୁ ଡାକି ଶୋଷଣ କରିବା ବି ଅନେକ ଅଭିଯୋଗ ଆସୁଛି l ତଥାପି ଜିଲ୍ଲା ଓ ରାଜ୍ୟ ପ୍ରଶାସନ ପୁରା ଚୁପ l ସୂଚନା ଥାଉକି ବେଲଗୁଣ୍ଠା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଆଟେଣ୍ଡେର ରୋଗୀ ମାନଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହେଉଛି। ଡାକ୍ତରଖାନା ରେ ଗତ କିଛି ଦିନ ହେଲା ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଡାକ୍ତର ଅନୁପସ୍ଥିତ ଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଆସିଥିବା ରୋଗୀଙ୍କୁ ଜଣେ ଆଟେଣ୍ଡେର ଷ୍ଟିଚ କରିବା ଇଞ୍ଜେକ୍ସନ ଦେବା ଔଷଧ ଦେଉଥିବା ନେଇ ଅଭିଯୋଗ ହେଉଛି। ପୂର୍ବରୁ ଉକ୍ତ କର୍ମଚାରୀ ସେକ୍ୟୁରେଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ମେଡିକାଲ ଅଧିକାରୀଙ୍କୁ ଖୁସାମଦି କରି ଆଟେଣ୍ଡେର ପଦବୀରେ ରହିଛନ୍ତି। ଆଟେଣ୍ଡେର ରହି ବାବୁଙ୍କୁ ଚିକିତ୍ସା ନିଶା ଘାରିଛି। ଅଭିଜ୍ଞତା ନଥାଇ ରୋଗୀ ମାନଙ୍କୁ ଚିକିତ୍ସା କରୁଥିବା ଯୋଗୁଁ କେଉଁ ମୁହୂର୍ତ୍ତ ରେ ଅଘଟଣ ହେଲେ ଦାୟୀ କିଏ ହେବ…? ଏହି ଆଟେଣ୍ଡେର କୁ ଚିକିତ୍ସା କରିବା ପାଇଁ କିଏ ସହଯୋଗ କରୁଛି। ଚିକିତ୍ସା କରିବା ପରେ ଅର୍ଥ ମଧ୍ୟ ଦାବୀ କରାଯାଉଥିବା ଆଲୋଚନା ହେଉଛି। ସେକ୍ୟୁରେଟି ଗାର୍ଡ ରୁ ଆଟେଣ୍ଡେର ହୋଇ ରୋଗୀ ଚିକିତ୍ସା କରୁଥିବା ବ୍ୟକ୍ତିଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ସଚେତନ ମହଲ ରେ ଦାବୀ ହେଉଛି।

Leave A Reply

Your email address will not be published.