ବହୁ ଚର୍ଚ୍ଚିତ ମନୋଜ ଜେନା ହତ୍ୟା କାଣ୍ଡ ସମେତ ବହୁ ଅପରାଧିକ ମାମଲା ରେ ସମ୍ପୃକ୍ତ ଥିବା ଦୁର୍ଦ୍ଧାନ୍ତ ଅପରାଧି ହୃଷୀ ପାତ୍ର ଓ ତାର ସହଯୋଗୀ ଗିରଫ….!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲିସ କେ.ନୂଆଗାଁ ପୋଲିସ ହାତରେ ଦୁର୍ଦ୍ଧାନ୍ତ ଅପରାଧି ହୃଷୀ ପାତ୍ର ଓ ତାର ସହଯୋଗ କାର୍ତ୍ତିକ ନାହାକ ଗିରଫ ମାଉଜର ସହ ଜୀବନ୍ତ ଗୁଳି ଜବତ। ଆସିକା ଅଞ୍ଚଳର କଂଗ୍ରେସର ଯୁବ ନେତା ମନୋଜ ଜେନା ହତ୍ୟା କାଣ୍ଡ ଘଟଣା ରେ ହୃଷୀ ଓ କାର୍ତ୍ତିକ ସମ୍ପୃକ୍ତ ଥାଇ ଜେଲ ଯାଇଥିଲେ। ଜେଲରୁ ଜାମିନରେ ଆସି ସାକ୍ଷୀ ମାନଙ୍କୁ ଧମକ ଚମକ ଦେବା ନେଇ ଅଭିଯୋଗ ହୋଇଥିଲା। ଆସିକା ନୂଆଁ ଗାଁ ଅଞ୍ଚଳର ଏହି ଦୁଇ ଦୁର୍ଦ୍ଧାନ୍ତ ଅପରାଧି ଆସିକା ଅଞ୍ଚଳର ଜଣେ ମଦ ଓ ବାଲି ସମ୍ରାଟ ର ଘନିଷ୍ଠ ସହଯୋଗୀ ଏବଂ ଡାହାଣ ଓ ବାମ ହାତ ଭାବେ କାର୍ଯ୍ୟ କରି ଆସୁଥିବା ବି ଏବେ ଚର୍ଚ୍ଚା ହେଉଛି।ଏମାନେ ଭାଇଙ୍କ ନିର୍ଦ୍ଧେଶ ପ୍ରକାରେ ସୁପାରୀ ନେଇ ଗଞ୍ଜାମ ଜିଲ୍ଲାର ବହୁ ହତ୍ୟା ଅପରାଧିକ ମାମଲା ରେ ସମ୍ପୃକ୍ତି ଥିବାର ନଜିର ବି ରହିଛି। ହୃଷୀପାତ୍ର ଓ କାର୍ତ୍ତିକ ନାହାକ ଗିରଫ ପରେ ପୋଲିସ କୁ ବଡ଼ ସଫଳତା ମିଳିଛି। ଏହି ଦୁଇ ଅପରାଧିଙ୍କୁ ପୋଲିସ ଜେରା ବେଳେ ବହୁ ତଥ୍ୟ ହସ୍ତଗତ ହୋଇଛି। ହୃଷୀ ପାତ୍ର ଓ କାର୍ତ୍ତିକ ନାହାକ ପାଖରୁ ମାଉଜର ଜବତ ହେବା ପରେ ଏମାନଙ୍କ ଟାର୍ଗେଟ ରେ କିଏ ଥିଲା ଅମାନଙ୍କୁ ଆର୍ଥିକ ସହାୟତା ଦେଉଥିବା ଅଦୃଶ୍ୟ ଶକ୍ତି ସମ୍ପର୍କ ରେ ପୋଲିସ ହାତରେ ବହୁ ସୁରାକ ଲାଗିଥିବା ଜଣା ପଡିଛି। ଏହି ଦୁଇ ଦୁର୍ଦ୍ଧାନ୍ତ ଅପରାଧି ଗିରଫ ପରେ ସେମାନଙ୍କ ଅନ୍ୟ ସହଯୋଗି ଓ ସହାୟତା କରୁଥିବା ବ୍ୟକ୍ତି ଙ୍କୁ ପୋଲିସ ଜାଲ ବିଛାଇ ଥିବା ଜଣାପଡିଛି। ଯାହାକୁ ନେଇ ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଲାଣି l

ad-week
Leave A Reply

Your email address will not be published.