ସ୍ବାଭିମାନ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

add-all

ମାଲକାନଗିରି : ଆଜି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପ୍ରଥମ କରି ଗସ୍ତ କରିଛନ୍ତି ସ୍ବାଭିମାନ ଅଞ୍ଚଳ। ଜିଲ୍ଲାପାଳ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଗସ୍ତ କରି ସ୍ଵାସ୍ଥ୍ୟ ଭିତ୍ତିଭୂମି ତଦାରଖ କରିବା ସହ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ପ୍ରଦାନ କରିବାକୁ କହିଥିଲେ। ସେହିପରି ରୋଗୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ସେଠାରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ଶ୍ରୀ ଉପାଧ୍ୟାୟ ବାଳକ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ଡ୍ରପ ଆଉଟ୍ ହୋଇଥିବା ଛାତ୍ରଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ମାନେ କିଭଳି ଏ ୱାନ୍ ଗ୍ରେଡ ରେ ଉତ୍ତୀର୍ଣ୍ଣ ହେବେ ସେଥି ନିମନ୍ତେ ଯତ୍ନବାନ ହେବା ପାଇଁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରୀଙ୍କ ର ହଷ୍ଟେଲ ସ୍ଥିତି, ଖାଦ୍ୟ ବ୍ୟବସ୍ଥା, ସୁରକ୍ଷା ବିଷୟରେ ମଧ୍ଯ ଜିଲ୍ଲାପାଳ ଅବଗତ ହୋଇଥିଲେ। ସେତୁ ଯୋଜନାରେ ଚାଲିଥିବା ଚିତ୍ରକୋଣ୍ଡା ଏବଂ ଟନେଲକ୍ୟାମ୍ପ ସ୍ଥିତ ବହୁମୁଖି ପ୍ରକ୍ରିୟାକରଣ ୟୁନିଟ୍ ପରିଦର୍ଶନ କରି ସ୍ଵୟଂ ସହାୟକ ଗୋଷ୍ଠୀ ମାଆ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କର ଦକ୍ଷତା ବୃଦ୍ଧି କରି କିଭଳି ବ୍ୟବସାୟ ଆଗକୁ ବଢିବ ସେଥି ପ୍ରତି ପିଏ ଆଇଟିଡିଏଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ଥିବା ତେନ୍ତୁଳି, ପଣସ ଓ ହଳଦୀ ପ୍ରକ୍ରିୟାକରଣ ଯନ୍ତ୍ରପାତି ବୁଲି ଦେଖିଥିଲେ ଜିଲ୍ଲାପାଳ । ପ୍ରଡ୍ୟୁସର୍ କମ୍ପାନୀ ସହ ଯୋଗାଯୋଗ କରି ଏହି ଉତ୍ପାଦକୁ ବ୍ରାଣ୍ଡିଂ ପାଇଁ ମଧ୍ଯ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି । ବଡପଡ଼ା ଏକୁକେସନାଲ କମ୍ପ୍ଲେକ୍ସ ପରିଦର୍ଶନ କରି କିଭଳି ଏହା ପରିଚାଳନା ହେଉଛି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଟନେଲକ୍ୟାମ୍ପ ସ୍ଥିତ ବାୟୋ ଫ୍ଲୋକ୍ ୟୁନିଟ୍ ପରିଦର୍ଶନ କରି କିଭଳି ମାଛ ଶୀଘ୍ର ବଢିବ ଏବଂ ବଜାରକୁ ଆସିବ ସେଥି ନିମନ୍ତେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଜାନିଗୁଡ଼ା ସ୍ଥିତ ସ୍କୁଲ୍ ରେ ନିର୍ମାଣ ଚାଲିଥିବା ଅତିରିକ୍ତ ଶ୍ରେଣୀ ଗୃହ କାର୍ଯ୍ୟ ବୁଲି ଦେଖିଛନ୍ତି ଜିଲ୍ଲାପାଳ। ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ୍, ପିଏ ଆଇଟିଡିଏ ହଳଧର ଶବର, ଚିତ୍ରକୋଣ୍ଡା ବିଡିଓ ପ୍ରିତା କୁମାରୀ, ପ୍ରୋଜେକ୍ଟ ମ୍ୟାନେଜର ବିଶ୍ଵନାଥ ମିଶ୍ର ଙ୍କ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.