ଆସିକା ସୁବର୍ଣ୍ଣେସ୍ବର ମନ୍ଦିର ନିକଟରୁ ଚୋରା ବାଲି ଚାଲାଣ ଘଟଣା :ପ୍ରଶାସନ କୁ ଦେଖି ଛୁ ମାରିଲେ ହାଇୱା ବାଲି ଗାଡି …..!

ଧର୍ମକୁ ଆଖି ଠାର…!

ପୂର୍ବ ସୂଚନା ଦେଇ ଖାଲି ଗାଡ଼ି ଦେଖି ଖାଲି ହାତରେ ଫେରିଲେ ପ୍ରଶାସନ ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଥିବା ଋଷି କୂଲ୍ୟା ଓ ବଡ଼ନଦୀ ରୁ ରୀତିମତ ଚୋରା ବାଲି ଚାଲାଣ ହେଉଛି। ଆସିକା ସହରର କେନ୍ଦ୍ର ସ୍ଥଳୀରେ ଥିବା ସୁନାମ୍ବ ସାହି ଦେଇ ସଞ୍ଜ ନଇଁଲେ ଧାଡ଼ି ବାନ୍ଧି ଭୋର ପର୍ଯ୍ୟନ୍ତ ହାଇୱା ରେ ବାଲି ଚାଲାଣ ହେଉଛି। ଆଜି ଅପରାହ୍ନ ରେ ସୁନାମ୍ବ ସାହି ନିକଟରେ ଥିବା ସୁବର୍ଣ୍ଣେସ୍ବର ମନ୍ଦିର ନିକଟରେ ହାଇୱା ଓ ଟିପର ବାଲି ନେବା ସକାଶେ ମେଳି ବାନ୍ଧିଥିଲେ। ଧରାକୋଟ ରାଜସ୍ୱ ବିଭାଗ ଖଣିବିଭାଗ ଓ ପୋଲିସ ସୁବର୍ଣ୍ଣେସ୍ବର ମନ୍ଦିର ନିକଟରେ ପହଁଞ୍ଚି ଥିଲେ। କୁଆଡ଼େ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦେଖି ଚୋରା ବାଲି ଥିବା ଗାଡ଼ିରୁ ବାଲି ଫିଙ୍ଗି ଦେଇ ସେଠାରୁ ଗାଡ଼ି ଗୁଡ଼ିକ ଛୁ ମାରିଥିଲେ। ଘଟଣା ସ୍ଥଳକୁ ବାବୁ ମାନେ ଯିବା ପୂର୍ବରୁ ସୂଚନା ମିଳିବା ପରେ ଗାଡ଼ି ଗୁଡ଼ାକରେ ବାଲି ନଥିବା ଦର୍ଶାଇ ବାବୁ ମାନେ ଖାଲି ହାତରେ ଫେରିଥିବା ଚର୍ଚ୍ଚା ହେଉଛି। ବାଲି ମାଫିଆ ମାନଙ୍କୁ ପୂର୍ବ ସୂଚନା ଦେଇ ଘଟଣା ସ୍ଥଳକୁ ଯାଇଥିବା ଯୋଗୁଁ ଏହି ଚଢ଼ାଉ ଧର୍ମକୁ ଆଖି ଠାର ଵୋଲି ଚର୍ଚ୍ଚା ହେଉଛି। ନିସର୍ତ୍ତ ରେ ରୀତିମତ ସୁବର୍ନେଶ୍ୱର ନିକଟରୁ ଚୋରା ବାଲି ଚାଲାଣ ହେଉଥିବା ସମ୍ପର୍କ ରେ ଖବର ପ୍ରକାଶ ହୋଇ ଆସୁଛି। ଘଟଣା ସ୍ଥଳକୁ ପ୍ରଶାସନିକ ଅଧିକାରୀ ଯିବା ଖାଲି ଗାଡ଼ି ଦେଖି ଖାଲି ହାତରେ ଫେରିବା ପଚାରିଲେ ଚୁପଚାପ ରହିବା କି ଉଦେଶ୍ୟ ରହିଛି…? ତାହା ସାଧାରଣ ରେ ଚର୍ଚ୍ଚା l

ad-week
Leave A Reply

Your email address will not be published.