
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି ଗତ ଜୁଲାଇ ୨୧ରେ ସଂସଦରେ ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି। ୧୯୬୧ର ପୁରୁଣା ଆଇନକୁ ବଦଳାଇବା ପାଇଁ ଏହା ଉଦ୍ଦିଷ୍ଟ। ଅନେକ ପ୍ରସ୍ତାବ ମଧ୍ୟରେ, କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସାଧାରଣ କରଦାତାଙ୍କ ପାଇଁ ସିଧାସଳଖ ଲାଭଦାୟକ ହୋଇପାରେ।
ଆୟକର ବିଲ୍-୨୦୨୫ ପ୍ରତ୍ୟାହୃତ। ଆୟକର ବିଲ୍-୨୦୨୫କୁ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର। ଫେବ୍ରୁଆରୀ ୧୩ରେ ଆଗତ ଆୟକର ବିଲ୍ ପ୍ରତ୍ୟାହୃତ ହୋଇଛି। ତର୍ଜମା ପାଇଁ ସିଲେକ୍ଟ କମିଟି ନିକଟକୁ ପଠାଯାଇଥିଲା ବିଲ୍। ସିଲେକ୍ଟ କମିଟିର ସୁପାରିସ୍ ଆଧାରରେ କେନ୍ଦ୍ର ସରକାର ଏ ବଡ଼ ନିଷ୍ପତ୍ତି ନେଇଛନ୍ତି। ଖୁବ୍ ଶୀଘ୍ର ନୂଆ ଆୟକର ବିଲ୍ ଆଗତ କରିବେ ସରକାର। ୬ ଦଶନ୍ଧିର ପୁରୁଣା ଆୟକର ଆଇନର ସ୍ଥାନ ନେବ ନୂଆ ଆଇନ୍ । …
ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶକୁ ସାମିଲ କରି ଏକ ନୂଆ ଆୟକର ବିଲ୍ ଆଗାମୀ ଅଗଷ୍ଟ ୧୧ରେ ଉପସ୍ଥାପନ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।