ୟୁରିଆ କଳାବଜାରୀ ଅଭିଯୋଗ ପରେ ଲ୍ୟାମ୍ପସରେ ପହଞ୍ଚିଲେ ବିଧାୟକ

youtube

ମାଲକାନଗିରି : ମାଲକାନଗିରି ଆଦିବାସୀ ଅଧ୍ୟୁଷିତ ମାଥିଲି ଲ୍ୟାମ୍ପସ ରେ ୟୁରିଆ କଳା ବଜାରୀ ଅଭିଯୋଗ କୁ ଆଜି ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇବା ପରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ବିଧାୟକ ମଙ୍ଗୁ ଖିଲ ମାଥିଲି ସ୍ଥିତ ଲ୍ୟାମ୍ପସ ରେ ପହଞ୍ଚି ଉପସ୍ଥିତ ଚାଷୀ ମାନଙ୍କ ସହ ଆଲୋଚନା କରିବା ପରେ ସତ୍ୟ ଜାଣିବା ପରେ ଲ୍ୟାମ୍ପସ ରେ ଏମ ଡି ସନ୍ତୋଷୀ ପରିଡା ଙ୍କ ସହ ଆଲୋଚନା କରିଥିଲେ. କିନ୍ତୁ ଏହା ସତ୍ୟ ଅଫ ଲାଇନରେ ପୂର୍ବରୁ ଚାଷୀ ମାନଙ୍କୁ ତିନି ବସ୍ତା ଲେଖା ଦିଆ ହୋଇଥିଲା ଗତକାଲି ମଧ୍ୟ ଜଣେ ଲେଖାଏଁ ଚାଷୀଙ୍କୁ ଗୋଟିଏ ଗୋଟିଏ ବସ୍ତା ୟୁରିଆ ଦିଆ ହୋଇଛି. ବାକି ଛ ବସ୍ତା ଏଣ୍ଟ୍ରି କଥା ପଚାରିବାରୁ ପୂର୍ବରୁ ଅଫ ଲାଇନ ରେ ଦିଆ ଯାଇଥିଲା ତାହାକୁ ମେକପ କରିବା ପାଇଁ ଗୋଟିଏ ଲେଖା ବସ୍ତା ଦିଆ ଯାଇ ଛ ବସ୍ତା ଏଣ୍ଟ୍ରି କରାଯାଉଛି ବୋଲି ସ୍ୱୀକାର କରିଥିଲେ. କିନ୍ତୁ ଖବର ପ୍ରକାଶ ପାଇବା ପରେ ଆଜି ସରକାରୀ ୟୁରିଆ ବିକ୍ରୟ ବନ୍ଦ ଥିବାରୁ ୟୁରିଆ ନେବା ପାଇଁ ଶହ ଶହ ଚାଷୀ ଅପେକ୍ଷା କରିଥିବା ଦେଖି ବିଧାୟକ ଶ୍ରୀଯୁକ୍ତ ଖିଲ ଲ୍ୟାମ୍ପସ କତୃପକ୍ଷ ଙ୍କୁ ତୁରନ୍ତ ଚାଷୀ ମାନଙ୍କୁ ୟୁରିଆ ଦେବାକୁ ନିର୍ଦେଶ ଦେଇଥିଲେ. ବିଧାୟକ ଙ୍କ ନିର୍ଦେଶ ପରେ ଲ୍ୟାମ୍ପସ କର୍ମଚାରୀ ତୁରନ୍ତ ଯାଇ ୟୁରିଆ ବିକ୍ରୟ କରିଥିଲେ. ପରେ ବିଧାୟକ ୟୁରିଆ ରେ ସବିଶେଷ ବିବରଣୀ ମାଗିଥିଲେ. କିନ୍ତୁ ଲ୍ୟାମ୍ପସ କତୃପକ୍ଷ ସଙ୍ଗେ ସଙ୍ଗେ ତାହାର ତଥ୍ୟ ଦେଇ ପାରି ନଥିଲେ. କିଛି ସମୟ ମାଗି ଥିଲେ. ଚଳିତ ବର୍ଷ କେତେ ଜମି ଓ କେତେ ଚାଷୀ ନାମ ପଞ୍ଜିକରଣ କରାଯାଇଛି. ଏବଂ କେତେ ୟୁରିଆ ଆବଶ୍ୟକ ଓ କେତେ ୟୁରିଆ ଆସିଛି କେତେ ଚାଷୀଙ୍କୁ ବଣ୍ଟନ କରାଯାଇଛି. ତାହା ସହିତ ଏବେ ଆହୁରି କେତେ ୟୁରିଆ ଆସିବାର ଅଛି ତାହାର ତଥ୍ୟ ବିଧାୟକ ଶ୍ରୀଯୁକ୍ତ ଖିଲ ଲ୍ୟାମ୍ପସ କତୃପକ୍ଷ ଙ୍କୁ ତଥ୍ୟ ମାଗିଛନ୍ତି. ଆଜି ସନ୍ଧ୍ୟା ସୁଦ୍ଧା ତାହାର ତଥ୍ୟ ଲ୍ୟାମ୍ପସ କତୃପକ୍ଷ ବିଧାୟକଙ୍କୁ ପ୍ରଦାନ କରିବେ ବୋଲି ବିଧାୟକ ଗଣମାଧ୍ୟମ କୁ କହିଥିଲେ. ତାହା ସହିତ ଏହି ବିଷୟରେ ଫଟଲାଇଜର ସଚିବ କେ. ସୁଦର୍ଶନ ଚକ୍ରବତୀ ଙ୍କ ସହିତ ଆଲୋଚନା କରିବେ. ଆମ ଅଞ୍ଚଳ ରେ ଆବଶ୍ୟକ ଥିବା ୟୁରିଆ ଯେପରି ଚାଷୀ ମାନଙ୍କ ପାଖରେ ଧର୍ଯ୍ୟ ସମୟ ଭିତରେ ପହଞ୍ଚିବ ତାହାର ବ୍ୟବସ୍ଥା କରିବା ସହିତ ଯେଉଁ ମାନେ ଆଧାର କାର୍ଡ ମାଧ୍ୟମରେ ନାମ ପଞ୍ଜିକରଣ ଛ ବସ୍ତା ଏଣ୍ଟ୍ରି କରି ଗୋଟିଏ ବସ୍ତା ଦେଇଛନ୍ତି ସେମାନଙ୍କୁ ବାକି ପାଞ୍ଚ ବସ୍ତା ୟୁରିଆ ଯଥା ଶୀଘ୍ର ଦିଆଯିବ ଯଦି ଲ୍ୟାମ୍ପସ କତୃପକ୍ଷ ବାକି ପାଞ୍ଚ ବସ୍ତା ୟୁରିଆ ନଦିଅନ୍ତି ତାହାଲେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ ଶ୍ରୀ ଖିଲ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି. ସୂଚନା ଥାଉ କି ମାଲକାନଗିରି ଜିଲ୍ଲା ମାଥିଲି ଲମ୍ପରେ ଦେଖିବାକୁ ମିଳିଛି ସାର ବ୍ୟବସାୟର କଳାବଜାରୀ। ଚାଷୀଙ୍କୁ ବୋକା ବନେଇ ଟ୍ରକ୍ ଟ୍ରକ୍ ସାର ବିକ୍ରୀ କରୁଛନ୍ତି କିଛି ଲ୍ୟାମ୍ପସ ର ଦଲାଲି କର୍ମଚାରୀ ଖାଲି କର୍ମଚାରୀ ନୁହନ୍ତି ଏଥିରେ ବଡ ବଡ଼ିଆ ଙ୍କ ହାତ ଅଛି ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି । ସୂଚନା ଅନୁଯାୟୀ ମାଥିଲି ବ୍ଲକରେ 20 ଗୋଟି ପଞ୍ଚାୟତ ଏବଂ ମାଥିଲି ବହୁମୁଖି ସମବାୟ ସମିତି ଉପରେ ସମସ୍ତ ଚାଷୀ ନିର୍ଭର । ସାର ଆସୁଚି ସତ କିନ୍ତୁ ଚାଷୀଙ୍କୁ ସାର ମିଳୁ ନାହିଁ ଚାଷୀଙ୍କୁ ମିଳୁଛି ଶକ୍ତ ଝଟକା। ଚଢା ଦରରେ ଚାଷୀ କିଣୁଛି ସାର। ମାଲା ମାଲ ସାର ବ୍ୟବସାୟୀ । ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ଚାଷୀଙ୍କୁ ସାର ଦିଆଯିବାର ବ୍ୟବସ୍ଥା ରହିଥିବା ବେଳେ ମାଥିଲି 20 ଗୋଟି ପଞ୍ଚାୟତ ର ଚାଷୀ ଅନ୍ଧାର ଘେରରେ । ଚାଷୀଙ୍କୁ ବୋକା ବନେଇ ଦିନ ଦ୍ଵୀପ୍ରହରେ ସାର କଳାବଜାରୀ କରିବାରେ ବ୍ୟସ୍ତ । ଅନଲାଇନ ରେ ଚାଷୀଙ୍କୁ ଛ ବସ୍ତା ସାର ପଞ୍ଜିକରଣ କରି ମାତ୍ର ଗୋଟିଏ ବସ୍ତା ଦେଇ କଳାବଜାରୀ କରିବା ଜଣାପଡ଼ିଛି। ଚାଷୀ ଏବେ ଦ୍ଵନ୍ଦରେ ଏତେ ସାର ଆସୁଚି କିନ୍ତୁ ଯାଉଚି କୁଆଡେ । 40 କିଲୋମିଟର ରୁ ଚାଷୀ ଆସି ନିରାଶରେ ଘରେ ଫେରିବା ଦେଖିବାକୁ ମିଳିଛି. ଏବେ ଯାହା ସୂଚନା ମିଳିଛି କିଛି ପ୍ରଭାବଶାଳୀ ବ୍ୟକ୍ତି କିଏ 150 ବସ୍ତା ତ କିଏ 200 ବସ୍ତା ୟୁରିଆ ନେଇ ଥିବାରୁ ଆଜି ନିଅଣ୍ଟ ଦେଖିବାକୁ ମିଳୁଛି ବୋଲି ଚାଷୀ ମାନେ ଆଲୋଚନା କରୁଛନ୍ତି. ପକୃତରେ ଏହାର ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚ ସ୍ତରୀୟ ତଦନ୍ତ କରାଇଲେ ପକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣ ରେ ଦାବି ହେଉଛି.

Leave A Reply

Your email address will not be published.