ଜିଲ୍ଲାପାଳଙ୍କ ଆସିକା ଉପଖଣ୍ଡ ଚିକିତ୍ସାଳୟ କୁ ଅଚାନକ ଗସ୍ତ :ଯନ୍ତ୍ରପାତି ଅଛି ଡାକ୍ତର ନାହାନ୍ତି…

youtube

ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲା ଆସିକା ରେ ରହିଛି ଉପଖଣ୍ଡ ଚିକିତ୍ସାଳୟ।ଯେଉଁ ଚିକିତ୍ସାଳୟ ଉପରେ ପାଖାପାଖି ଆଠଟି ବ୍ଲକ୍ ର ଶତାଧିକ ରୋଗୀ ମାନେ ନିର୍ଭରଶିଳ।ହେଲେ ଜାତୀୟ ସ୍ବାସ୍ଥ୍ୟ ନୀତି ଅନୁଯାୟୀ ଗୋଟେ ଉପଖଣ୍ଡ ଚିକିତ୍ସାଳୟ ରେ ୪୪ ଡାକ୍ତର ରହିବା ନିୟମ ରହିଛି

। ସେଥି ମଧ୍ୟରୁ ୯ ଜଣ ସ୍ବତନ୍ତ୍ର ବିଶେଷଜ୍ଞ ଡାକ୍ତର ରହିବା ନିୟମ ରହିଛି।କିନ୍ତୁ ଉପଖଣ୍ଡ ଚିକିତ୍ସାଳୟ ଆବଶ୍ୟକ ଠାରୁ ଖୁବ୍ କମ୍ ଅଥାର୍ଥ ୧୪ ଜଣ ଡାକ୍ତର ରହିଛନ୍ତି।ସେଥି ମଧ୍ୟରୁ ୪ ଜଣ ବିଶେଷଜ୍ଞ, ଜେନେରାଲ ମେଡିସିନ, ଶିଶୁ ବିଭାଗ, ଅର୍ଥପେଡ଼ି ବିଭାଗ ଓ ସର୍ଜରୀ ଅଛନ୍ତି। କିନ୍ତୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ୮ ଟି ବ୍ଲକର ଦୈନିକ ଶହ ଶହ ରୋଗୀ ଆସିକା ମେଡ଼ିକାଲ କୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଡ଼ାକ୍ତର ଅଭାବରୁ ଦୁଇ ରୁ ଚାରି ଘଣ୍ଟା ଧରି ଲମ୍ବା ଲାଇନ ରେ ଅପେକ୍ଷା କରୁଛନ୍ତି।ଅନ୍ୟ ପକ୍ଷରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ନଥିବା ଯୋଗୁଁ ବିଭିନ୍ନ ଜଟିଳ ରୋଗରେ ପୀଡିତ ଥିବା ରୋଗୀ ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ହେଲେ ସ୍ଥାନାନ୍ତାରିତ ସମୟ ରେ ରୋଗୀ ମାନେ ବାଟରେ ମୃତ୍ୟୁ ବରଣ କରୁଛନ୍ତି। ତା ସହ ଗରିବ ମୂଲିଆ ଖଟି ଖିଆ ରୋଗୀ ମାନେ ଦିନ ଦିନ ଧରି ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲରେ ପଡ଼ିବା ଫଳରେ ଅନେକ ସମସ୍ୟା ଭୋଗୁଛନ୍ତି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଅନ୍ୟ ପକ୍ଷରେ ଆସିକା ମେଡ଼ିକାଲ ରେ ଦୁର୍ଘଟଣାରେ ଆହତ ରୋଗୀ ବୃଦ୍ଧ ଶିଶୁ ମହିଳା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଡାକ୍ତର ଓ ଚିକିତ୍ସା ଅବହେଳା ରୁ ପ୍ରତି ମାସରେ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। ବିଗତ ୨୪ ବର୍ଷ ଶାସନରେ ମେଡିକାଲ କୋଠା ଚିକିତ୍ସା ପାଇଁ ବୈଷଇକ ଯନ୍ତ୍ର ପାତି ଯୋଗାଇ ଦେଇଥିଲେ ମଧ୍ୟ ମେଡିକାଲକୁ ଡାକ୍ତର ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। ଅନ୍ୟପଟେ ମେଡିକାଲକୁ ସ୍ଥାନୀୟ ସାଂସଦ, ବିଧାୟକ , ସ୍ୱାସ୍ଥ୍ୟମନ୍ତ୍ରୀ, ସିଡ଼ିଏମଓ ପରିଦର୍ଶନ କରିବାକୁ ଆସିଥିବା ସମୟରେ ଡାକ୍ତର ଅଭାବର ଅଭିଯୋଗ ମଧ୍ୟ ମେଡ଼ିକାଲକୁ ଡାକ୍ତର ଯୋଗାଇ ଦେଇ ନାହାନ୍ତି। ତେଣୁ ଆସିକା ମେଡ଼ିକାଲ ର ପୂର୍ବରୁ ଯେଉଁ ଦୟନୀୟ ଅବସ୍ଥା ରହିଥିଲା ବର୍ତ୍ତମାନ ମଧ୍ୟ ସେହି ଦୟନୀୟ ଅବସ୍ଥାରେ ଗତି କରୁଛି। ଜିଲ୍ଲାପାଳଙ୍କ ଅଚାନକ ଗସ୍ତ ସମୟରେ ଡାକ୍ତରଖାନା ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ପ୍ରକାଶ ଥାଉକି ଚିକିତ୍ସାଳୟ ରେ ମାଳ ମାଳ ଦଲାଲ ମାନଙ୍କୁ ଔଷଧ ଦୋକାନୀ ମାନେ ରଖି ରୋଗୀଙ୍କ ଚିଠା ନେଇ ବାହାରୁ ଔଷଧ ନେବାକୁ କହୁଛନ୍ତି। ଡାକ୍ତରଖାନା ରେ ଦିଆଯାଉଥିବା ଔଷଧ ଭଲ ନାହିଁ ବାହାରୁ ନେଲେ ରୋଗ ଭଲ ହେବ ବୋଲି ପ୍ରବାର୍ତ୍ତା ଉଥିବା ଲକ୍ଷକରାଯାଇଛି। ଏକ ବର୍ଷ ପୂର୍ବ କାର୍ଯ୍ୟରେ ଅବହେଳା ଯୋଗୁଁ ଜଣେ ନର୍ସଙ୍କୁ ବଦଳୀ କରାଯାଇଥିଲା।ଲେଖା ଛିଡ଼ିଯିବା ଯୋଗୁଁ ପୁଣି ସେହି ନର୍ସଙ୍କୁ ଏଠାକୁ ଅଣାଯାଇଥିବା ଚର୍ଚ୍ଚା ହେଉଛି। ଆସିକା ଅଞ୍ଚଳ ରେ ଲେଖା ଛିଡ଼ିଗଲେ ସବୁ ସମ୍ଭବ ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.