ଧରାକୋଟ ନନ୍ଦିଗୋର ଗାଁ ର ବେଆଇନ ବାଲି ଘାଟରେ ବୁଡ଼ି ବୃଦ୍ଧା ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତର…..!

youtube

ଅଭିଯୋଗ କଲେ ଜେସିବି ରେ ଚାପି ଦେବାକୁ ବାଲି ମାଫିଆର ଧମକ…!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ନନ୍ଦିଘୋର ଗ୍ରାମର ବୃଦ୍ଧା ବେଆଇନ ବାଲି ଘାଟର ଗର୍ତ୍ତ ରେ ବୁଡି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି। ନନ୍ଦିଗୋର ଗ୍ରାମର ତିଳତମା ସାହୁ (୬୦) ଗାଁ ନିକଟରେ ଥିବା ଋଷିକୂଲ୍ୟା ନଦୀକୁ ସ୍ନାନ କରିବାକୁ ଯାଇଥିଲେ। ନଦୀକୁ ଯିବା ରାସ୍ତାରେ ବାଲି ମାଫିଆ ମାନେ ବେଆଇନ ଭାବେ ସେଠାରୁ ଦିନରାତି ଜେସିବି ଦ୍ୱାରା ବାଲି ଉତ୍ତୋଳନ କରିବା ଫଳରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେଇଛି।ଆଖପାଖ ଅଞ୍ଚଳର ଲୋକେ ନଦୀ କୁ ଶୌଚ ହେବାକୁ ଯିବା ବେଳେ ଏହି ଗର୍ତ୍ତ ଗୁଡ଼ିକରେ ବୁଡି ଯାଉଛନ୍ତି। ପୂର୍ବରୁ ମଧ୍ୟ ଏଠାରେ ଜଣେ ବ୍ୟକ୍ତି ବାଲି ଉତ୍ତୋଳନ ହେଉଥିବା ସ୍ଥାନରେ ଥିବା ଗର୍ତ୍ତରେ ବୁଡି ମୃତ୍ୟୁ ବରଣ କରିଥିଲେ। ତଳତମା ସାହୁ ଉକ୍ତ ଗର୍ତ୍ତରେ ବୁଡି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ଧରାକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସମ୍ପର୍କରେ ତିଳତମା ସାହୁଙ୍କ ପୁତ୍ର ଭଗବାନ ସାହୁ ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଧରାକୋଟ ଅଞ୍ଚଳରେ ବେଆଇନ ଭାବେ ରୀତିମତ ଚୋରା ବାଲି ଚାଲାଣ ହେଉଛି। ଅଭିଯୋଗ କିମ୍ବା ପ୍ରତିବାଦ କଲେ ଧମକ ଚମକ ମିଳୁଛି। ବୃଦ୍ଧା ବାଲି ମାଫିଆ ମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଗର୍ତ୍ତ ସମ୍ପର୍କ ଅଭିଯୋଗ କରିବାରୁ ଜେସିବି ଦ୍ୱାରା ଚାପି ଦେବାକୁ ଧମକ ମିଳିଥିବା ଉକ୍ତ ଏତଲା ରେ ବହୁ ଗ୍ରାମ ବାସୀ ଦସ୍ତଖତ କରିଥିବା ଜଣା ପଡିଛି।

Leave A Reply

Your email address will not be published.