
ବ୍ରହ୍ମପୁର : ବିଷାକ୍ତ ମଦ ବଳୟ ମଧ୍ୟରେ ଆସିକା ଚିକିଟି ମଦମୃତ୍ୟୁ ପରେ ମଧ୍ୟ ଚେତୁନାହିଁ ଅବକାରୀ ବିଭାଗ। ପୋଲିସ ପକ୍ଷରୁ ଚଢ଼ାଉ ୫୧୫ ବିଦେଶୀ ମଦ ସହିତ ମିନି ଟ୍ରକ ଜବତ, ଚାଳକ ଅଟକ ଆଜି ଅପରାହ୍ନ ରେ କୋଟିନଡ଼ା ଥାନା ଅଧିକାରୀ ଦାମୋଦର ବିହାରିଙ୍କ ନେତୃତ୍ୱରେ ପୋଲିସ ର ଏକ ଟିମ ପୂର୍ବ ସୂଚନା ପ୍ରକାରେ କଲେଜ ଛକ ଅଞ୍ଚଳ ରେ ଯାଉଥିବା ଏକ ମିନି ଟ୍ରକ କୁ ଯାଞ୍ଚ ବେଳେ ସେଥିରୁ ୫୧୫ ଲିଟର ବିଦେଶୀ ମଦ ଜବତ ହୋଇଛି। ସେଥି ମଧ୍ୟ ରୁ ୩ଶହ ଲିଟର ବିଅର ଓ ୨୧୫ ଲିଟର ଅନ୍ୟ ବିଦେଶୀ ମଦ ଥିବା ସୂଚନା ଦେଇଛନ୍ତି। ଜବତ ମଦ ର ମୂଲ୍ୟ ୫ ଲକ୍ଷ ଟଙ୍କା ରୁ ଅଧିକ ବୋଲି ଶ୍ରୀ ବିହାରୀ କହିଛନ୍ତି। ମଦ କେଉଁ ସ୍ଥାନ ରୁ କେଉଁ ସ୍ଥାନ କୁ ଯାଉଥିଲା ଓ ଏହି ଚାଲାଣ ରେ କେଉଁ ମାନେ ସଂପୃକ୍ତ ତାହାର ତଦନ୍ତ ଚାଲିଛି। ଆଗକୁ ପାର୍ବଣ ଋତୁ ଥିବା ବେଳେ ବେଆଇନ ମଦ ବିକ୍ରି ଓ ପ୍ରସ୍ତୁତି ଉପରେ ଚଢ଼ାଉ ଜୋରଦାର ହେବ ବୋଲି ସେ କହିଛନ୍ତି।
ଆସିକା ରେ ଦେଶୀ ଓ ବିଦେଶୀ ମଦ ର ଯେଭଳି ବହୁଳ ବିକ୍ରି ହେଉଛି ତାହାକୁ ଦେଖିଲେ ଲାଗୁଛି ଏଠି ଅବକାରୀ ନୀତି କିଛି କାମ କରୁନାହିଁ। କିଛି ବର୍ଷ ପୂର୍ବେ ବେଆଇନ ମଦ ବ୍ୟବସାୟ କୁ ନେଇ ଆସିକା ରେ ବହୁ ସଂଖ୍ୟକ ମୁଣ୍ଡ ଗଡ଼ିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ପୁଣି ଆଇନ ଶୃଙ୍ଖଳା ନିୟନ୍ତ୍ରଣ ବେଳେ ବେଆଇନ ମଦ ବ୍ୟବସାୟ ପୋଲିସ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି। ମଦ ବ୍ୟବସାୟ ରେ ଅପରାଧୀ ଗୋଷ୍ଠୀ ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାଗିଦାରୀ ଓ ସକ୍ରିୟ ଅଂଶ ରହୁଥିବା ବେଳେ ମଦ ବ୍ୟବସାୟ ରୁ ଅପରାଧିକ ଗୋଷ୍ଠୀ ଅପରାଧ ପାଇଁ ଟଙ୍କା ପାଉଛନ୍ତି। ଏଭଳି ସ୍ଥିତି ରେ ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତି ର କୁଟୀର ଶିଳ୍ପ ପାଲଟିଛି ଆସିକା। ଆସିକାର ହୋଟେଲ ରେଷ୍ଟୁରାଣ୍ଟ ପାନ ଦୋକାନ,ଗ୍ରୋସରୀ ଦୋକାନରେ ଯେଭଳି ମଦ ବିକ୍ରି ହେଉଛି ତାହା ଆସିକା ରେ ଅବକାରୀ ବିଭାଗ ର କୌଣସି ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉନଥିବା ଅନୁମାନ ହେଉଛି। ଆସିକା ଅବକାରୀ ଥାନା ଠାରୁ କିଛି ଦୂରରେ ଜାତୀୟ ରାଜ ପଥ ରାସ୍ତା କଡରେ ହୋଟେଲ ଖୋଲାଯାଇ ଦିନ ଦିପହର ରେ ବେଆଇନ ମଦ ଅବାଧ ବିକ୍ରି ହେଉଛି। ଆସିକାର ବହୁ ମଦ ଦୋକାନ ର ଲାଇସେନ୍ସ ଦିଆ ଯାଇଥିଲା ବେଳେ ପ୍ରଚୁର ପରିମାଣର ବିଦେଶୀ ମଦ ଆସିକାକୁ ଆସୁଛି କେଉଁଠାରୁ।