ଆସିକା ଲାଲାଶାସନଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ : ୫୦ ୟୁନିଟ ରକ୍ତ ସଂଗ୍ରହ

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଲାଲାଶାସନ ଠାରେ ଥିବା ମା ବିମଳା ଉତ୍ସବ ସମାରହଭବନ ଠାରେ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରସନ୍ନ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଆସିକା ବିଡ଼ିଓ ଲିପିନା ଦାସ ଥାନା ଅଧିକାରୀ କୁଳମଣି ସେଠୀ ଏନ.ଏ.ସି ନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର ଅତିଥି ଭାବେ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସହିତ କରିଥିଲେ। ରକ୍ତ ଦାନ ମହାନ ଦାନ ବିଷୟ ରେ ଉଦବୋଧନ ଦେଇଥିଲେ।ଆସିକା ତଥା ଆହାର ଆଖ ପାଖ ଅଞ୍ଚଳର ବହୁ ଯୁବ ଗୋଷ୍ଠି ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ୫୦ ୟୁନିଟ ରକ୍ତ ଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓଏସ ରଚିତା ମହାପାତ୍ର,ଅତିରିକ୍ତ ତହସିଲଦାର ଅମରେଶ ସାବତ, ସୌଦାଗର ବେହେରା,ରେଞ୍ଜେର ପ୍ରମୋଦ କୁମାର ପଣ୍ଡା,ଭଞ୍ଜନଗର ରକ୍ତ ଭଣ୍ଡାରର ମନୋଜ କୁମାର ମହାନ୍ତି,ଗଣପତି ପ୍ରଧାନ,ଅନିଲ ନାହାକ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.