କାର୍ଯ୍ୟରେ ଅବହେଳା ଯୋଗୁଁ ଛତ୍ରପୁର ଥାନା ଅଧିକାରୀ ନିଲମ୍ବିତ…!

add-all


ବ୍ରହ୍ମପୁର: ଥାନା ବଡ଼ ବାବୁ ମାନଙ୍କ ଛାତି ଏବେ ଧଡ଼ ଧଡ଼ ଦୁଇ ଦିନରେ ଦୁଇ ଥାନା ଅଧିକାରୀ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ପୋଲିସ ମୁଖିଆ ଏବେ ଆକ୍ସନ ମୁଡ଼ ରେ। କାର୍ଯ୍ୟରେ ଅବହେଳା ଯୋଗୁଁ ଶୁକ୍ରବାର ଦିନ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିଆର ସିଂ ଙ୍କୁ ଡିଜିପି ନିଲମ୍ବନ କରିଥିଲେ। କାର୍ଯ୍ୟରେ ଅବହେଳା ଯୋଗୁଁ ଶନିବାର ଦିନ ଗଞ୍ଜାମ ଜିଲ୍ଲାର ଛତ୍ର ପୁର ଥାନା ଅଧିକାରୀ ଦେବାଶିଷ ମହାନ୍ତି ଙ୍କୁ ଡିଜିପି ନିଲମ୍ବନ କରିଛନ୍ତି। ବର୍ତ୍ତମାନ ନିଲମ୍ବିତ ଥାନା ଅଧିକାରୀ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟ ରେ ସେ ରହିବେ। ଚମାଖଣ୍ଡି ଥାନା ଅଧିକାରୀଙ୍କୁ ଛତ୍ରପୁର ଥାନା ର ଦାୟିତ୍ୱ ଦିଆଯାଇଛି। ଦୁଇ ଦିନରେ ଦୁଇ ଥାନା ବାବୁ ନିଲମ୍ବିତ ହେବା ପରେ ସାଧାରଣ ଲୋକଙ୍କୁ ହଇରାଣ ହରକତ କରୁଥିବା ବାବୁ ମାନଙ୍କ ମଧ୍ୟରେ ଛନକା ପଶିଛି। ଦେଖା ଯାଉ ଆଗକୁ କାହାର ପାଳି।

ad-week
Leave A Reply

Your email address will not be published.