ବାରୂଦ ଗଦାରେ ଗଞ୍ଜାମ ଜିଲ୍ଲା : ଚମାଖଣ୍ଡି ଥାନା ଜଗନ୍ନାଥପୁର ଅଞ୍ଚଳ ରୁ ବିପୁଳ ପରିମାଣର ଡ଼ିଟୋ ନେଟର ଜବତ ଜଣେ ଅଟକ…..

ନିସର୍ତ୍ତ ର ପୂର୍ବ ଅନୁମାନ ଠିକ ହେଲା ୬୦ ଲକ୍ଷ ଟଙ୍କା ରୁ ଅଧିକ ବିସ୍ପୋରକ ଠାବ….!
ଜିଲ୍ଲା ରେ ମାଳ ମାଳ ବେଆଇନ କ୍ରସର ୟୁନିଟ ଓ ପଥର ଖାଦାନ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ପାହାଡ଼ ଫୁଟାଇବା ପାଇଁ ବିପୁଳ ପରିମାଣର ବିସ୍ଫୋରକ ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଥିବା ନେଇ ପୂର୍ବରୁ ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା। ଜାତୀୟ ରାଜପଥ କୁ ପଥର ମାଫିଆ ମାନେ ବାଛିଥିଲେ ବିସ୍ଫୋରକ ବ୍ୟବସାୟ ପାଇଁ। ତୁମୁଡିବନ୍ଧ ପୋଲିସ ହାତରେ ଡ଼ିଟୋନେଟର ବୋଝେଇ ଏକ ଗାଡ଼ି ଧରାପଡିଥିଲା। ତଦନ୍ତ ବେଳେ ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ରୁ ଅଣାଯାଇଥିବା ଜାଣିବା ପରେ ତୁମୁଡିବନ୍ଧ ପୋଲିସ ଓ ଚମାଖଣ୍ଡି ପୋଲିସ ର ମିଳିତ ସହାୟତା ରେ ଜଗନ୍ନାଥ ପୁର ଶିବମନ୍ଦିର ନିକଟରେ ଥିବା ଆଦର୍ଶ ଗାଈ ଗୁହାଳରୁ ବିପୁଳ ପରିମାଣର ଡ଼ିଟୋ ନେଟର ଜବତ ହୋଇଥିଲା। ଏତେ ପରିମାଣର ଡ଼ିଟୋନେଟର ଦେଖି ପୋଲିସ ତାଜୁବ ହୋଇ ଯାଇଥିଲା। ଜବତ ଡ଼ିଟୋ ନେଟର ର ଆନୁମାନିକ ମୂଲ୍ୟ ୫୦/୬୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ କୁ ଏଠାରୁ କ୍ରସର ୟୁନିଟ ଓ ପାହାଡ଼ ଫୁଟାଇବା ସକାଶେ ବିସ୍ଫୋରକ ଯାଉଥିବା ନେଇ ଚର୍ଚ୍ଚା ହେଉଥିଲା। ବିପୁଳ ପରିମାଣର ବିସ୍ଫୋରକ ଜବତ ପରେ ଜାତୀୟ ରାଜପଥ କଡ଼ରେ ଥିବା ବହୁ କ୍ରସର ମାନଙ୍କ ଗୁମର ଗୁମର ଏବେ ଖୋଲିବ।ଗଞ୍ଜାମ ଜିଲ୍ଲାରେ ଅନେକ ବେଆଇନ ଭାବେ କ୍ରସର ଚାଲୁଛି। ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିବା ବେଳେ ରାଜସ୍ୱ ଅଧିକାରୀ ମାନଙ୍କ ପକେଟ କୁ ବେଆଇନ କ୍ରସରରୁ ଆଦାୟ ଅର୍ଥ ଯାଉଥିବା ନେଇ ଚର୍ଚ୍ଚା ହୋଇ ଆସୁଛି। ସୂଚନା ଥାଉକି ଆସିକା, କୁକୁଡାଖଣ୍ଡି, ପୁରୁଷୋତ୍ତମପୁର, କନିସି ଏବଂ ଦିଗପହଣ୍ଡି ଅଞ୍ଚଳ ରେ ମାଳ ମାଳ କ୍ରସର ପୋଲିସ ଓ ଜିଲ୍ଲା ପ୍ରଶାସନ ସବୁ ଜାଣି ମୋଟା ଅଙ୍କର ବଟି ନେଇ ଚୁପ ବସିଥିବା ଚର୍ଚ୍ଚା l ଏହି ଡିନାମାଇଟ ବିସ୍ପୋରଣ ଫଳରେ ଅନେକ କ୍ଷତି ହେଉଛି, ନିକଟରେ ଥିବା ଘର ବି ଫାଟି ଆଁ କରିବା ସହିତ ନିକଟରେ ଥିବା ଚାଷ ଜମିର ଉର୍ବରତା କମୁଛି ଅଭିଯୋଗ କଲେ କ୍ରସର ମାଲିକ ମାନଙ୍କ ନାଲି ଆଖି l ଗଞ୍ଜାମ ଜିଲ୍ଲା ରୁ କନ୍ଧମାଳ ଯାଉଛି ଡ଼ିଟୋ ନେଟର ଏବଂ ସେଠାକାର ପୋଲିସ ଗଞ୍ଜାମ ଜିଲ୍ଲା ଆସି ଚଢ଼ାଉ କରୁଛି କିନ୍ତୁ ଗଞ୍ଜାମ ପୋଲିସ ପାଖରେ ଖବର ନାହିଁ l କିନ୍ତୁ ଜିଲ୍ଲା ରେ ମାଳ ମାଳ ବେଆଇନ କ୍ରସର କେବେ ଚଢ଼ାଉ ହେବାର ମଧ୍ୟ ନଜିର ନାହିଁ l ଦେଖାଯାଉ ଏହି ଚଢ଼ାଉ ପରେ ଗଞ୍ଜାମ ଏବଂ ବ୍ରହ୍ମପୁର ପୋଲିସ ର ଆଖି କେବେ ଖୋଲୁଛି ତାହା ସମୟ କହିବ l