ଗଣଶିକ୍ଷା ମନ୍ତ୍ରୀ ଉମରକୋଟ ବ୍ଲକର ଶିକ୍ଷାର ବିକାଶ ପାଇଁ ୧କୋଟି ୪୪ଲକ୍ଷଟଙ୍କା ର କଲେ ଅନୁଦାନ…

newyr25

ଉମରକୋଟ :- ୧୭/୮::ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଲୋକସଭା ସଦସ୍ୟ ବଳଭଦ୍ର ମାଝୀ ଆଜି ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। ଏବଂ ଉମରକୋଟ ବ୍ଲକ ର ୧୦ଗୋଟି ସ୍ଥାନ ରେ ଅତିରିକ୍ତ ଶ୍ରେଣୀଗୂହ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଛନ୍ତି।ଏଥିପାଇଁ ମୋଟ ୧କୋଟି ୪୪ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି। ଉମରକୋଟ ଦର୍ଗାଗୁଡ଼ା,ଭିତରଗଡ଼,ନୂଆଗୁଡା,ମେନ୍ଦାବେଡା,ବଡ଼ ବାସନି,ଭାଲୁଗୁଡା,ବୁର୍ଜା, କେଶରୀ ବେଡା,ଚନ୍ଦ୍ରପୁରୀ,ହରିଜନ ସାହି,ରେ ମନ୍ତ୍ରୀ ଗଣ୍ଡ ଅତିରିକ୍ତ ଶ୍ରେଣୀ ଗୂହ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନା କରିଥିଲେ।ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ର ଅନେକ ବିଦ୍ୟାଳୟ ଗୁଡିକରେ ଭିତ୍ତିଭୁମି ର ଅଭାବରହିଥିଲା,କେତେଗୁଡ଼ି ଏ ବିଦ୍ୟାଳୟ ରେ ଗୋଟିଏ ଶ୍ରେଣୀ ଗୂହ ରେ ଶତାଧିକ ପିଲାଙ୍କୁ ନେଇ ଶିକ୍ଷା ଦାନ ଦିଆଯାଉ ଥିଲା ଏହାକୁ ଦୂଷ୍ଟିରେ ରଖି ଗଣଶିକ୍ଷା ମନ୍ତ୍ରୀ ବ୍ଲକ ରପ୍ରାୟ ୧୦ ଗୋଟି ବିଦ୍ୟାଳୟ ର ଅତିରିକ୍ତ ଶ୍ରେଣୀ ଗୂହ ନିର୍ମାଣ ସକାସେ ଅନୁଦାନ ଦେଇଛନ୍ତି ଡବଲ ଇଞ୍ଜିନ ସରକାର ରହିଛି ଆଗାମୀ ଦିନରେ ଶିକ୍ଷାର ବିକାଶ ପାଇଁ ଆହୁରି ଚେଷ୍ଟାକରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.