ବିଜେପି ଶିବିରରେ ବରିଷ୍ଠ ବିଜେଡି ନେତା ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ…

youtube

ଗଞ୍ଜାମ ରାଜନୀତିରେ ସୃଷ୍ଟି ହୋଇଛି ହଡ଼କମ୍ପ…

କୁହୁଳୁଛି ପାଉଁଶ ତଳର ନିଆଁ…!!

ବ୍ରହ୍ମପୁର :- ଓଡିଶା ରାଜନୀତି ରେ ଚାଲିଛି ବିଜେଡି ର ମାନସ ମନ୍ଥନ l ଦଳକୁ ତୃଣମୂଳ ସ୍ତରରୁ କିପରି ସଦୃଢ଼ କରାଯାଇ ପାରିବ ଯାହାକୁ ନେଇ ଚାଲିଛି ଖସଡ଼ା ପ୍ରସ୍ତୃତି l ପ୍ରାୟ ସବୁ ଜିଲ୍ଲାରେ ଜିଲ୍ଲା ସଭାପତି ଦିଆ ସରିଛି ସେବେ ଠାରୁ ବିଜେଡି ରେ ପୁଣି ଦେଖା ଯାଇଛି ଗୋଷ୍ଟି କନ୍ଦଳ ଯେପରି ପାଉଁଶ ତଳର ନିଆଁ ପରି କୁହୁଳୁଛି ଏହା କେତେବେଳେ ବି ବିସ୍ପରଣ ହୋଇ ପାରେ l କାରଣ ଦଳର କିଛି ପୁରୁଖା ଏବଂ ବରିଷ୍ଠ ନେତାଙ୍କୁ କୋଣ ଠେସା କରାଯାଇଛି ଯାହାକୁ ନେଇ ଆସନ୍ତୋଷ୍ଟ ଉଙ୍କି ମାରୁଛି l ପୁଣି ପାଣ୍ଡିଆନ ବିଜେଡି ରେ ସକ୍ରିୟ ହେବା ଏବଂ ସୁଜାତା ପାଣ୍ଡିଆନ କୁ ଆଗକୁ ଆଣିବା ବିଜେଡି ପାଇଁ ଆତ୍ମଘାତି ହୋଇ ପାରେ ଏହା ବିଜେଡି ର କିଛି ତୁଙ୍ଗ ନେତା ହିଁ କରିବେ ବୋଲି ଆଭାସ ଆସିଲାଣି l ପୁଣି ପ୍ରଣବ ପ୍ରକାଶ ଦାସ ( ବବି ) ଙ୍କ ପତିଆରା ଅନ୍ୟ କିଛି ଇଂଗତ କରୁଛି l ଶୁଣିବାକୁ ମିଳୁ ଥିଲା ବବି ଙ୍କ ସାମ୍ରାଜ୍ୟ ଓ ଲୋକ ପ୍ରିୟତା ଆଉ ଓଡିଶା ରାଜନୀତି ରେ ନାହିଁ କିନ୍ତୁ ପୁଣି ଥରେ ବବି କ୍ଷମତା କୁ ଆସିବା କିଛି ତୁଙ୍ଗ ନେତା ଓଡିଶା ବାସୀ ସହଜରେ ଗ୍ରହଣ କରୁ ନାହାନ୍ତି ବୋଲି ଚାହା ଖଟି ମାନଙ୍କ ରେ ଚର୍ଚ୍ଚା l ଜିଲ୍ଲା ବିଜେଡି ସଭାପତି ଚୟନ ରେ ବି କିଏ ସନ୍ତୁଷ୍ଟ ନାହାନ୍ତି କାରଣ ବବି ତାଙ୍କୁ ଶୁଆଇଲା ଭଳି ବ୍ୟକ୍ତି ବିଶେଷଙ୍କୁ ସଭାପତି କରିଛନ୍ତି ଯାହା ଫଳରେ ଅସନ୍ତୁଷ୍ଟ ବୃଦ୍ଧି ଦେଖିବାକୁ ମିଳୁଛି ଅନେକ ଜିଲ୍ଲା ରେ l ଏଠାରେ ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ଏହା ପ୍ରଥମେ ଦେଖିବାକୁ ମିଳିଛି, କାର୍ଯ୍ୟକ୍ରମ ରହିଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥୀ।ଆଉ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ପରିସରରେଥିବା ସ୍ବର୍ଗତ ଅଟଳଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଆୟୋଜିତ ହୋଇଥିଲା ସ୍ମୃତିସଭା। ଯେଉଁ ସଭାରେ ବିଜେପି ଜିଲ୍ଲା ସଭାପତି, ପୁର୍ବତନ ଜିଲ୍ଲା ସଭାପତି ଏବଂ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ସହିତ ବହୁ ବିଜେପିର ତୁଙ୍ଗ ନେତା ଯୋଗଦାନ କରିଥିଲେ।ସେଠାରେ ବିଜୁ ଜନତା ଦଳର ପୁର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ବିଜେଡିର ବଳିଷ୍ଠ ଆଉ ବରିଷ୍ଠ ନେତା ଚ୍ୟାଉ ବାବୁ ଯୋଗଦେବା କୁ ନେଇ ଉଭୟ ବିଜେଡି ଏବଂ ବିଜେପି ଶିବିରରେ ସୃଷ୍ଟି ହୋଇଛି ହଡ଼କମ୍ପ।ଆଉ ଏହି ବିଷୟ ରାଜନୈତିକ ଏବଂ ସହରରେ ଚର୍ଚ୍ଚା ବିଷୟ ପାଲଟିଛି।ଚ୍ୟାଉ ବାବୁଙ୍କୁ ନିକଟରେ ବିଜେଡି ଦଳ ଅଣଦେଖା କରିବା ତାଙ୍କ ସମର୍ଥକ ମହଲରେ ଅସନ୍ତୋଷ ପ୍ରକାଶ ହୋଇଥିଲା।ଦୀର୍ଘ ସମୟ ଧରି ସେ ଗଞ୍ଜାମ ଜିଲ୍ଲା ସଭାପତି ଦାୟିତ୍ୱରେ ରହି କାର୍ଯ୍ୟଭାର ସମ୍ଭାଳୁ ଥିବା ବେକେ ଦଳ ବର୍ତ୍ତମାନ ଯୁବନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ୱ ଦେଇଛି।ଚ୍ୟାଉ ବାବୁ ସବୁବେଳେ ଛାମୁଙ୍କ ପ୍ରିୟ ପାତ୍ର ରହି ଆସୁଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ତାଙ୍କୁ ଦଳ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ମଧ୍ୟ କରିଥିଲା।ତେବେ ଏବେ ଦାୟିତ୍ବରୁ ଦୁରେଇ ନେବା ପରେ କୁଆଡେ ଚ୍ୟାଉ ବାବୁ ଏବଂ ସମର୍ଥକ ଅସନ୍ତୋଷ ରହିଛନ୍ତି ।ଚ୍ୟାଉବାବୁ ଯିଏକି ରାଜନୀତିରେ ଗୋଟି ଚାଳନାରେ ମାହୀର ହୋଇଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଯୋଗଦେବା କେଉଁ ଦୃଷ୍ଟି କୋଣ କୁ ଇଙ୍ଗିତ କରୁଛି ତାହାକୁ ନେଇ ଚର୍ଚ୍ଚା, ପୁଣି ଚ୍ୟାଉ ବାବୁ କୁଆଡେ ବିଜେପିରେ ଯୋଗଦେବେ ବୋଲି ମଧ୍ୟ ରାଜନୈତିକ ଏବଂ ଗଞ୍ଜାମ ଜିଲ୍ଲା ରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି।ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ରହିଥିବା ବେଳେ ଚ୍ୟାଉ ବାବୁଙ୍କ ଏଭଳି ମାନସ୍ତାପ ବିଜେଡି ପାଇଁ ଭାରି ପଡିଯିବ ନି ତ? ତାଙ୍କୁ କେମିତି ମନେଇବେ ଦଳର ନେତା ତାହା ଦେଖିବା ବାକି ରହିଲା। ବର୍ତ୍ତମାନ କୁ ଦେଖିବାକୁ ଗଲେ ଗଞ୍ଜାମ ଜିଲ୍ଲାର ବିଜେଡି ଶିବିର ଭୁଶୁଡି ବାଜୁ ବସିଲାଣି କାରଣ ଦଳରେ ଥିବା ଗୋଷ୍ଟି କନ୍ଦଳ ହିଁ ଏଥିପାଇଁ ଦାୟୀ l ବିକ୍ରମ ପଣ୍ଡା ଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦେବା ପରେ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି l ବ୍ରହ୍ମପୁର ସହର ହୁଏତ ବିକ୍ରମ ସମାଧାନ କରିପାରିବେ କିନ୍ତୁ ଜିଲ୍ଲାର ଦାୟିତ୍ୱ ବିକ୍ରମ ଙ୍କ ପାଇଁ ଏତଟା ସହଜ ହେବ ନାହିଁ l କାରଣ ଜିଲ୍ଲାରେ ବହୁ ବରିଷ୍ଠ ନେତା ଅଛନ୍ତି, ବିକ୍ରମ ଆରଖୁ, ଲତିକା ପ୍ରଧାନ ପରି ଅନେକ ଏହି ସଭାପତି ଦୌଡ଼ ରେ ଥିବା ବି ଚର୍ଚ୍ଚା ହେଉଥିଲା କିନ୍ତୁ ବବି ନିଜ ସାମ୍ରାଜ୍ୟ ବିସ୍ତାର କରିବାକୁ ଏପରି ତାଙ୍କ ବୋଲ କରା ମାନଙ୍କୁ ଜିଲ୍ଲା ସଭାପତି କରିଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହବୁଛି ତେଣୁ ଆଗାମୀ ଦିନରେ ବିଜେଡି ଗ୍ରାଫ ତଳ ମୁହାଁ ଏଥିରେ ଉଭୟ କଂଗ୍ରେସ ଓ ବିଜେପି ଲାଭ ପାଇବା ନିଶ୍ଚିତ ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି l

Leave A Reply

Your email address will not be published.