ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୃଷି ଅଧିକାରୀ ପ୍ରତିଭା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓଡ଼ଗାଁ ବ୍ଲକ ଓସ୍ଵନ୍ ହଲରେ ୨୦୨୫ ଖରିଫ ଋତୁରେ ଡିଜିଟାଲ ମାଧ୍ୟମରେ ଫସଲ ସର୍ବେକ୍ଷଣ ସମ୍ପାଦନ ପାଇଁ କାର୍ଯ୍ୟ ଯୋଜନା ମାନକ କାର୍ଯ୍ୟ ପ୍ରଣାଳୀ ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଅଛି ।ଓଡ଼ିଶା ସରକାର କୃଷି ଓ କୃଷକ ସଶକ୍ତି କାରଣ ବିଭାଗ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଶ୍ରୀ ଜିନୁ, ରାଜସ୍ବ, କୃଷି, ଜଳ ବିଭାଜିକା, ଉଦ୍ୟାନ ବିଭାଗର ସୂପରଭାଇଜର ଙ୍କ ସହିତ କୃଷକ ସାଥୀ, କୃଷକ ମିତ୍ର ଏବଂ ବିଭିନ୍ନ ଗ୍ରାମୀଣ ଯୁବକ ଯୋଗଦେଇଥିବା ବେଳେ ପ୍ରାୟ ୧୩ ଟି ପଞ୍ଚାୟତ ରୁ ଆସିଥିବା ୫୦ରୁ ଉର୍ଦ୍ଧ୍ବ ଅଂଶଗ୍ରହଣକାରୀ ଙ୍କୁ ତାଲିମ ପ୍ରଦାନ କରାଯାଇଛି ।ଆଗାମୀ ଦୁଇ ଦିନରେ ୨୪ ଟି ପଞ୍ଚାୟତ ର ପ୍ରଶିକ୍ଷିତ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।ସୂଚନା ଅନୁଯାୟୀ ମୋଟ ୨୦୦ ଜଣ ପ୍ରଶିକ୍ଷାର୍ଥଙ୍କୁ ଓଡ଼ଗାଁ ବ୍ଲକର ୧ ଲକ୍ଷ ୭୩ହଜାର ୯ଶହ ୪୭ ପ୍ଲଟ ର ସର୍ଭେ କରିବେ ।

ad-week
Leave A Reply

Your email address will not be published.