ଗାଙ୍ଗପୁର ପୋଲିସ ଦ୍ୱାରା ଡକାୟତି ଯୋଜନା ପଣ୍ଡ : ମାଡି ବସିଲା ପୋଲିସ ୫ ଗିରଫ ମାରଣାସ୍ତ୍ର ଜବତ…

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ପୋଲିସ କୁ ମିଳିଛି ବଡ଼ ସଫଳତା। ଆଗକୁ ପାର୍ବଣ ଋତୁ ରହିଥିବା ବେଳେ ଅପରାଧତତ୍ତ୍ୱ ମାନେ ବଡ଼ ବଡ଼ ଅପରାଧ କରିବା ଓ ଡକାୟତି ଛିନନ୍ତାଇ ଭଳି ଘଟଣା ଘାଟେଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଗତ ସୋମବାର ରାତ୍ରରେ ଗାଙ୍ଗପୁର ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ବେଳେ ବୁଢ଼ା କେନ୍ଦୁ ନିକଟସ୍ଥ ପର୍ଶୁଲୁଣ୍ଡା ନିକଟରେ କିଛି ଯୁବକଙ୍କୁ ଦେଖିଥିଲେ ସେମାନଙ୍କୁ ଧରିବା ପରେ ଜେରା ସମୟରେ ଏକ ଡ଼କାୟତି ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ପାଇଁ ଯୋଜନା ଚାଲିଥିବା ଜାଣିବାକୁ ପାଇଥିଲେ।ଗିରଫ ଯୁବକ ମାନଙ୍କ ମଧ୍ୟରେ ସଞ୍ଜୟ ବେହେରା, ଆକାଶ ବେହେରା, ଅନିଲ ବେହେରା, ରାଜା ବେହେରା ଓ ପପୁନ ପଣ୍ଡାକୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ଗୋଟେ ଇଣ୍ଡିକା କାର ଭୁଜାଲି,, ଫାର୍ଶା, ମଦ, ମରିଚ ଗୁଣ୍ଡ ୫ ଟି ମୋବାଇଲ ଜବତ ହୋଇଛି। ଏନେଇ ଗାଙ୍ଗପୁର ଥାନା କେଶ ନମ୍ବର୫୦୫/୨୫ରେ ଦଫା 310(4) 310(5)BNS &25(1-A) ଆମ୍ସ ଆକ୍ଟ ରେ ମାମଲା ରୁଜୁ କରାଯାଇଛି। ଥାନା ରେ ଜେରା ବେଳେ ଏହି ଯୁବକ ମାନେ ଗାଙ୍ଗପୁର ଓ ଭଞ୍ଜନଗର ଅଞ୍ଚଳର ବୋଲି ଜଣାପଡ଼ିଥିଲା। ଗିରଫ ଯୁବକ ମାନେ ଭୁବନେଶ୍ୱର ର ବିଭିନ୍ନ ଅଞ୍ଚଳରେ ରହୁଛନ୍ତି। ଏହି ଦୁର୍ଦ୍ଧାନ୍ତ ଯୁବକ ମାନେ ଗୋବରା ପେଟ୍ରୋଲ ପମ୍ପ ଡକାୟତି ପାଇଁ ଯୋଜନା କରୁଥିବା ଜଣାପଡିଛି।ପେଟ୍ରୋଲ ପମ୍ପ ଡକାୟତି ପୂର୍ବରୁ ପୋଲିସ ଏହି ଯୁବକ ମାନଙ୍କୁ ମାଡ଼ି ବସିଛି।ଗଞ୍ଜାମ ଜିଲ୍ଲାର ବହୁ ଅପରାଧତତ୍ତ୍ୱ ମାନେ ବର୍ତ୍ତମାନ ଗଞ୍ଜାମ ମୁହାଁ ହେଉଥିବା ଆଜିର ଏହି ଗିରଫ ଦାରି ପରେ ଖୁଲାସା ହୋଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.