ଭୂ ବନ୍ଦୋବସ୍ତ କୁ ନେଇ ଆସିକା ରେ ହାଇ ଡ୍ରାମା….

ଘରବାରୀ ପଟ୍ଟା ବଣ୍ଟନ ଏକ ଧୂଆଁବାଣ ନୁହଁତ..!

youtube

ଆସିକା ସହରାଞ୍ଚଳର ଗ୍ରାମକଣ୍ଠକ ରେ ଅବସ୍ଥିତ ବାସ ଗୃହକୁ ସ୍ଥାୟୀ ପଟ୍ଟା ଯୋଗାଇବା ସମ୍ପର୍କ କୁ ନେଇ ରାଜନୈତିକ ଚର୍ଚ୍ଚା….
ବ୍ରହ୍ମପୁର: ଆସିକା ବାସୀ ପୌରାଞ୍ଚଳର ଖମ୍ବେଶ୍ବରୀ ପାଟଣା, ନରସିଂହ ପଲ୍ଲୀ, ପାକଲା ପଲ୍ଲୀ,ସୁନାମ୍ବ ଓ ଆସିକା ରାଜସ୍ୱ ଗ୍ରାମରେ ପୁରୁଷ ପୁରୁଷ ଧରି ଗ୍ରାମ କଣ୍ଠକ ଜମି ଉପରେ ବସ ବାସ ଗୃହ କରି କରି ଆସୁଛନ୍ତି।ଘରବାରି ପଟ୍ଟା ନଥିବାରୁ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ସ୍ଥାୟୀ ବାସିନ୍ଦା କ୍ରୟ ,ବିକ୍ରି ଓ ବ୍ୟାଙ୍କ ଋଣ ଇତ୍ୟାଦି କରିବାରେ ସକ୍ଷମ ହୋଇପାରୁନାହାନ୍ତି। ରାଜ୍ୟସରକାର ୨୦୦୦ ମସିହାରୁ (satelment opration) ଭୂ ବନ୍ଦୋବସ୍ତ ପ୍ରକ୍ରିୟାରେ ସର୍ଭେ କରି ପଟ୍ଟା ପ୍ରଦାନ ପାଇଁ ବିଭିନ୍ନ ସମୟରେ ବ୍ରହ୍ମପୁର (setlement office)ର ବନ୍ଦୋବସ୍ତ କାର୍ଯ୍ୟାଳୟରୁ କର୍ମଚାରୀ ମାନେ ଆସିକା ରାଜସ୍ୱ ଡାକ ବଙ୍ଗଳାରେ ଅସ୍ଥାୟୀ ରୂପେ ରହି ବନ୍ଦୋବସ୍ତ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ (T.T.S ପାର୍ଟି )କିମ୍ବା ଉନ୍ନତ ମାନର କ୍ଷମତା ସମ୍ପନ୍ନ କର୍ମଚାରୀ ଯନ୍ତ୍ରପାତି ଅଭାବରୁ କାର୍ଯ୍ୟ ସମାପନ ହୋଇ ପାରୁଥିବା ରୁ ରାଜସ୍ୱ ବିଭାଗ ପତ୍ର ସଂଖ୍ୟା ୧୫୮୯୯ ତାରିଖ ୨୯.୪.୨୦୨୫ ରେ ଗତ ଆଦେଶ କୁ ବାତିଲ କରିଥିଲେ। ଫଳରେ ଆସିକା ଅଞ୍ଚଳରେ ବହୁ ସଙ୍ଘଠନ ଓ ସ୍ବେଛାସେବୀ ତହସିଲଦାର, ଜିଲ୍ଲାପାଳଙ୍କୁ ଓ ରାଜ୍ୟସରକାରଙ୍କୁ ପତ୍ର ମାଧ୍ୟମରେ ଉକ୍ତ ପାଞ୍ଚ ଗୋଟି ରାଜସ୍ୱ ମୌଜାକୁ ହାଇଟେକ୍ ସର୍ଭେ ମାଧ୍ୟମରେ ଭୂ ବନ୍ଦୋବସ୍ତ ସର୍ଭେ କରାଗଲେ ଖୁବ ସ୍ୱଳ୍ପ ସମୟ ମଧ୍ୟରେ ଓ ସହଜ ଉପାୟରେ କାର୍ଯ୍ୟ ସମାପନ ହୋଇ ପାରିବ ବୋଲି ଅନୁରୋଧ କରିଥିଲେ। ଉକ୍ତ ପ୍ରସ୍ତାବକୁ ତହସିଲଦାର ଓ ଜିଲ୍ଲାପାଳ ମଧ୍ୟ ରାଜ୍ୟସରକାରଙ୍କୁ ହାଇ ଟେକ୍ ସର୍ଭେ ମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ କରିବାକୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟସରକାରଙ୍କ ରାଜସ୍ୱ ବିଭାଗର ପତ୍ର ସଂଖ୍ୟା ୨୦୯୮୩ ତା. ୧୧.୭.୨୦୨୫ ରେ ଉକ୍ତ ରାଜସ୍ୱ ଗ୍ରାମ ଗୁଡ଼ିକୁ ହାଇଟେକ୍ ସର୍ଭେ ମାଧ୍ୟମରେ କାର୍ଯ୍ୟ କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇ ଅଛି। ଉକ୍ତ ନିର୍ଦ୍ଧେଶ ନାମା ବଳବତ୍ତର ଥିବା ବେଳେ ହଠାତ୍ କେହା ନିର୍ଦ୍ଧେଶ ବଳରେ ଓ କେଉଁ ପରିସ୍ଥିତିରେ ରାଧାକୃଷ୍ଣ ମନ୍ଦିର ଠାରୁ ଭୂ ବନ୍ଦୋବସ୍ତ କାର୍ଯ୍ୟ ଆରମ୍ଭ କରିବାକୁ ରାଜସ୍ୱ ନିରୀକ୍ଷକ ଙ୍କୁ ନିୟୋଜିତ କରାଯାଇଛି। ମାନୁଏଲ ପ୍ରକ୍ରିୟରେ ବନ୍ଦୋବସ୍ତ କାର୍ଯ୍ୟ କରିବାକୁ ଆଜକୁ ୨୫ ବର୍ଷ ହେଲା ସମ୍ଭବ ହୋଇପାରୁନାହିଁ। ତାହାକୁ କିପରି ରାଜସ୍ୱ ନିରୀକ୍ଷକ ତାଙ୍କର ନିଜସ୍ୱ କାର୍ଯ୍ୟ ସହ ସହରାଞ୍ଚଳର ଉପରୋକ୍ତ ୫ ଗୋଟି ମୌଜା ର ସର୍ଭେ କରି ପଟ୍ଟା ଯୋଗାଇବେ ଏହା ବୁଦ୍ଧିଜୀବୀ ମହଲ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି। ଯେଉଁ ଅଞ୍ଚଳର ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି। ସେ ଅଞ୍ଚଳ ର ରାଜନୈତିକ ନେତାଙ୍କ ନାମରେ ଓ ସମ୍ପର୍କୀୟ ମାନଙ୍କ ନାମରେ କୁଆଡ଼େ ନିଜର ବାସ ଗୃହ ଗୁଡ଼ିକୁ ତହସିଲ କାର୍ଯ୍ୟାଳୟ ଜରିଆରେ ଘରବାରୀ ପଟ୍ଟା କରାଇବାରେ ସକ୍ଷମ ହୋଇଥିବା ସହର ରେ ଚର୍ଚ୍ଚା ର ବିଷୟ ହୋଇଛି। ଏହି ଘରବାରୀ ପଟ୍ଟା ହେବା ସମ୍ପର୍କରେ ଚର୍ଚ୍ଚା ହେବା ପରେ ଏହା ଧୂଆଁବାଣ ସମେତ ନାଟକ ବାଜୀ ନୁହେଁତ..? ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି, ଆସିକା ପୌରାଞ୍ଚଳ ରେ ହଜାର ହଜାର ବାସ ଗୃହ ସହ ବହୁ ଜମିବାଡ଼ି ମଧ୍ୟ ପଟ୍ଟା ନହୋଇ ଦୀର୍ଘ ଦିନ ହେଲା ପଡ଼ିରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ତୁରନ୍ତ ହାଇ ଟେକ୍ ସର୍ଭେ ମାଧ୍ୟମରେ କାର୍ଯ୍ୟ ଆରମ୍ଭ କଲେ l ଆସିକା ପୌରାଞ୍ଚଳର ବାସିନ୍ଦା ସ୍ୱଳ୍ପ ସମୟ ମଧ୍ୟରେ ଏବଂ ସହଜ ଉପାୟରେ ଘରବାରି ପଟ୍ଟା ପାଇପାରିବେ ବୋଲି ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଗତ ବୁଧବାର ଦିନ ଆସିକା ଖମ୍ବେଶ୍ବରୀ ପାଟଣା ଠାରେ ସର୍ଭେ ନାଁ ରେ ହୋଇଥିବା ନାଟକବାଜି କୁ ଲୋକେ ସମାଲୋଚନା କରିଥିବା ଲକ୍ଷ କରଯାଇଛି। କ୍ଷମତା ର ଅପବ୍ୟବହାର କରି ଆସିକା ଅଞ୍ଚଳ ର ଅଧିକାଂଶ ରାଜ ନେତାଙ୍କ ଗୃହର ପଟ୍ଟା ହୋଇଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇ ଆସୁଛି। ଦେଖା ଯାଉ ଆସିକା ବାସୀ କେବେ ପଟ୍ଟା ପାଉଛନ୍ତି ତାହା ସମୟ କହିବ…. I

Leave A Reply

Your email address will not be published.