ବିଶ୍ୱବିଦ୍ୟାଳୟରେ ଶସ୍ତା ରାଜନୀତି କରାନଯାଉ : ବିଜେପି

youtube

ବ୍ରହ୍ମପୁର, ୨୧/୮ : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ ଚାଲିଥିବା ସମୟରେ ପାଖାପାଖି ୨୦୦ କୋଟି ଟଙ୍କାର ଅନୁଦାନ ଦେଇ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ବିକାଶ ଦିଗରେ କାର୍ଯ୍ୟରତ ଥିବାବେଳେ କଂଗ୍ରେସ ବିଧାୟକ ରମେଶ ଜେନା ଅଣଛାତ୍ର ମାନଙ୍କୁ ନେଇ ବିଶୃଙ୍ଖଳିତ ବାତାବରଣ ତିଆରି କରିବା ପାଇଁ ପ୍ରୟାସକୁ ବିଜେପି ପକ୍ଷରୁ ହିଲପାଟଣା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ “ସାମ୍ବାଦିକ ସମ୍ମିଳନୀରେ” ଦୃଢ଼ ନିନ୍ଦା କରାଯାଇଛି । ଗତ କାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଘଟିଥିବା ଛାତ୍ର ଅଶାନ୍ତି ପରିପ୍ରେକ୍ଷୀରେ ସାନଖେମୁଣ୍ଡିର ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ଜେନା ସେଠାରେ ପହଞ୍ଚି ଯେଉଁପରି ଭାବରେ ରାଜ୍ୟ ସରକାର ଓ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ ମାନ ଦେଲେ ଗଞ୍ଜାମ ଜିଲ୍ଲା ବିଜେପି ତରଫରୁ ତାକୁ ଦୃଢ଼ ନିନ୍ଦା କରାଯାଇଛି । ଛାତ୍ର ମାନଙ୍କ ମଧ୍ୟରେ କୌଣସି କାରଣରୁ ହୋଇଥିବା ବିବାଦର ସମାଧାନ କରିବାକୁ ଉଦ୍ୟମ କରିବା ଜଣେ ଦାୟିତ୍ଵ ସମ୍ପର୍ଣ୍ଣ ନେତାଙ୍କ କାର୍ଯ୍ୟ କିନ୍ତୁ ବିଧାୟକ ରମେଶ ଜେନା ତାହା ନକରି ଗୋପାଳପୁର ବେଳାଭୂମି ଗଣ ଦୁଷ୍କର୍ମ ଘଟଣାରେ ନଅ ଲକ୍ଷ ଟଙ୍କା କାରବାର ହୋଇଛି ଓ ଖଣି, ବାଲି, ମୋରମ ଚୋରୀ ହେଉଥିବା କଥା ଅଭିଯୋଗ କରିଛନ୍ତି ଯାହାକି ଶସ୍ତା ରାଜନୀତିକୁ ପରିପ୍ରକାଶ କରୁଛି । ମୋହନ ମାଝୀଙ୍କ ସରକାରରେ ଅପରାଧି କେତେ ଶକ୍ତିଶାଳୀ ହେଉନା କାହିଁକି ଆଇନ୍ ହାତରୁ ଖସି ଯାଇପାରିବ ନାହିଁ । ଗୋପାଳପୁର ଦୁଷ୍କର୍ମ ଘଟଣାରେ ଚବିଶି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ୪୫ ଦିନ ମଧ୍ୟରେ କୋର୍ଟରେ କ୍ରାଇମ ବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି । ବିଧାୟକ ରମେଶ ଜେନାଙ୍କ ପାଖରେ ଯଦି ଟଙ୍କା କାରବାରର କୌଣସି ପ୍ରମାଣ ଅଛି ତେବେ ସେ ତାକୁ ପୁଲିସରେ କାହିଁକି ଅଭିଯୋଗ କରୁନାହାଁନ୍ତି ବୋଲି ଜିଲ୍ଲା ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି । ଜିଲ୍ଲାରେ ଚୋରା ବାଲି, ମଦ ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ସରକାର କାହାକୁ ଛାଡିବେ ନାହିଁ, ଏଣୁ ଶସ୍ତା ଲୋକପ୍ରିୟତା ପାଇଁ ବିଧାୟକ ରମେଶ ଜେନା ଲୋକଙ୍କୁ ବିଭ୍ରାନ୍ତ କରିବା ବନ୍ଦ କରନ୍ତୁ ବୋଲି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ଵରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପୀତବାସ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ନେତୃବୃନ୍ଦ “ସାମ୍ବାଦିକ ସମ୍ମିଳନୀରେ” ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.