ଗଞ୍ଜାମରେ ଏକାଧିକ ନୂତନ କାର୍ଯ୍ୟାଳୟ ସହ ଧନ୍ଦାମୂଳକ ତାଲିମ କେନ୍ଦ୍ର ଉଦଘାଟନ କଲା ଟିପିଏସ୍ଓଡିଏଲ୍

youtube

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍( ଟାଟା ପାଓ୍ୱାର ଓ ଓଡ଼ିଶା ସରକାରଙ୍କର ଯୌଥ ଉଦ୍ୟୋଗ) ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଦୁଇଟି ନୂଆ ଅଫିସ ଓ ଗୋଟିଏ ଧନ୍ଦାମୂଳକ ତାଲିମ କେନ୍ଦ୍ର ଉଦଘାଟିତ ହୋଇଛି । ଆସିକାର ତାଲୁକା ରୋଡଠାରେ ନୂଆ ଡିଭିଜନ୍ ଅଫିସ, ନୂଆଗାଁଠାରେ ନୂତନ ସେକ୍ସନ୍ ଅଫିସ ଓ ସମରଝୋଳଠାରେ ଧନ୍ଦାମୂଳକ ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଛି ।
 

ଆସିକା ଇଲେକଟ୍ରିକାଲ୍ ଡିଭିଜନ୍(୧)ର ନୂତନ ଅଫିସ ଆସିକା ଓ ଏହାର ଆଖପାଖ ଅଞ୍ଚଳର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଣରେ ସହାୟକ ହେବା ସହ ସମୟସାପେକ୍ଷ ସେବା ଯୋଗାଇପାରିବ । ଏହି ଅଫିସରେ ସମସ୍ତ ମୌଳିକ ସୁବିଧା ଉପଲବ୍ଧ ରହିଛି । ଏହାସହ ଉପଭୋକ୍ତା ନିମନ୍ତେ ବସିବା ସୁବିଧା ଓ କ୍ୟାସ୍ କାଉଣ୍ଟରର ବ୍ୟବସ୍ଥା ହୋଇଛି, ଯାହା ସହଜ ଓ ଉପଭୋକ୍ତା ଅନୁକୂଳ ସେବା ପ୍ରଦାନରେ ସକ୍ଷମ ହେବ ।

 
ସେହିଭଳି ସମରଝୋଳଠାରେ ଧନ୍ଦାମୂଳକ ତାଲିମ କେନ୍ଦ୍ର ପ୍ରତିଷ୍ଠା କରି ଗୋଷ୍ଠୀ ବିକାଶ କ୍ଷେତ୍ରରେ କମ୍ପାନୀ ନିଜର ପ୍ରତିବଦ୍ଧତାକୁ ଦର୍ଶାଇଛି । ଏହି କେନ୍ଦ୍ର ସ୍ଥାନୀୟ ଯୁବକମାନଙ୍କୁ ବ୍ୟାବହାରିକ ଓ ଶିଳ୍ପଭିତ୍ତିକ ଓ୍ୱେଲ୍ଡିଂ ପ୍ରଶିକ୍ଷଣ ପ୍ରଦାନ କରିବ । ତାଲିମ ପ୍ରଦାନ ପରେ ସେମାନଙ୍କୁ ଦକ୍ଷତା ମାନପତ୍ର ଓ ନିଯୁକ୍ତି କ୍ଷେତ୍ର ଯୋଗାଇ ଦିଆଯିବ । ପ୍ରଶିକ୍ଷଣକୁ ନିଯୁକ୍ତି ସହ ଯୋଡ଼ି ଟିପିଏସ୍ଓଡିଏଲ୍ ସ୍ଥାନୀୟ ଯୁବକ ଓ ସେମାନଙ୍କ ପରିବାରର ସାମାଜିକ ତଥା ଅର୍ଥନୈତିକ ପ୍ରଗତିରେ ସହାୟକ ହେଉଛି ।
 

ଅନ୍ୟପକ୍ଷରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଆସିକା ଅନ୍ତର୍ଗତ ନୂଆଗାଁ ଇଲେକଟ୍ରିକାଲ୍ ସେକ୍ସନ-୧ ର ନୂତନ ଅଫିସ ଉଦଘାଟିତ ହୋଇଛି । ଏହି ନୂତନ ଭିତ୍ତିଭୂମି କର୍ମଚାରୀମାନଙ୍କୁ ଉନ୍ନତ କାର୍ଯ୍ୟକ୍ଷେତ୍ର ଯୋଗାଇଦେବା ସହ ଉପଭୋକ୍ତା ସେବାକୁ ସୁଦୃଢ଼ କରିବ ।
 

ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଏସମ୍ପର୍କରେ କହିଛନ୍ତି ଯେ, ” ନୂତନ ଭିତ୍ତିଭୂମି ଓ ତାଲିମ କେନ୍ଦ୍ରର ନିର୍ମାଣ ଉପଭୋକ୍ତା ସେବାରେ ଉନ୍ନତି ଆଣିବା ସହ ସ୍ଥାନୀୟ ସଂପ୍ରଦାୟକୁ ଅଧିକ ସଶକ୍ତ କରିବ । ଆସିକା ଓ ନୂଆଗାଁରେ ନୂତନ କାର୍ଯ୍ୟାଳୟ ସେବା ଯୋଗାଣ କ୍ଷେତ୍ରକୁ ଅଧିକ ବଳ ଯୋଗାଇବା ସହ ସମରଝୋଳରେ ନୂଆ ତାଲିମ କେନ୍ଦ୍ର ସ୍ଥାନୀୟ ଯୁବକମାନଙ୍କ ପାଇଁ ନିଯୁକ୍ତି ଓ ଦକ୍ଷତା ବିକାଶର ସୁଯୋଗ ଆଣିବ । ଆମର ଏହି ପଦକ୍ଷେପ ଦକ୍ଷିଣ ଓଡ଼ିଶାରେ ଉଭୟ ପ୍ରଗତି ଓ ଅନ୍ତର୍ଭୁକ୍ତୀକରଣକୁ ସୁନିଶ୍ଚିତ କରିବ ।”
 

ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାରେ ବିଜୁଳି ଯୋଗାଣ ବ୍ୟବସ୍ଥା ଓ ଉପଭୋକ୍ତା ସେବାକୁ ଅଧିକ ଗ୍ରାହକ ଅନୁକୂଳ କରିବା ସହ ଉପଭୋକ୍ତା ସଂପ୍ରଦାୟର ସାମଗ୍ରିକ ବିକାଶ ତଥା ଅଭିବୃଦ୍ଧି ଦିଗରେ ମଧ୍ୟ କାର୍ଯ୍ୟ କରୁଛି ।

Leave A Reply

Your email address will not be published.