
ବ୍ରହ୍ମପୁର : ରାଜ୍ୟ ସାମ୍ବାଦିକ ସଂଘ୍ ଏସୟୁଜେ ପକ୍ଷରୁ ବନ୍ଧୁ ମିଳନ ଓ ଆଲୋଚନା ଚକ୍ର।ବ୍ରହ୍ମପୁର ସ୍ଵତନ୍ତ୍ର ସର୍କିଟ ହାଉସ ଠାରେ ଆଜି ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଜିଲ୍ଲା ସଭାପତି ବିଶ୍ଵନାଥ ମାରଣା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଦୀପକ ପଟ୍ଟନାୟକ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ମହାନଗର ନିଗମ ର ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଓ ସମ୍ମାନିତ ଅତିଥିତି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗରେ ମୁଖ୍ୟ ପ୍ରଫେସର ଡ.ବନ୍ଦିତା ପଣ୍ଡା ଯୋଗ ଦେଇଥିଲେ।

ଆଲୋଚନା ର ବିଷୟ ଥିଲା,” ସମାଜ ଗଠନ ରେ ନେତାଙ୍କ କର୍ତ୍ତବ୍ୟ ଓ ସାମ୍ବାଦିକ ଙ୍କ ଭୂମିକା”। ବର୍ତ୍ତମାନ୍ ସ୍ଥିତି ରେ ନେତା ମାନେ କିଭଳି ଲୋକଙ୍କ ସେବା କରିବା ଏହା ସହ ସାମ୍ବାଦିକ ମାନେ ଲୋକଙ୍କ ସମସ୍ୟା କିଭଳି ଲୋକ ଲୋଚନ କୁ ଆଣିବେ ନିଜର ଭୂମିକା ନିର୍ବାହ କରିବେ ସେହିଭଳି ଯେଉଁ ସମସ୍ୟା ଲୋକଙ୍କ ଓ ସମାଜରେ କୁ ସମାଧାନ କରିବେ ନିଜର କର୍ତ୍ତବ୍ୟ ଭାବି ତାହାକୁ ଏହି ଆଲୋଚନା ରେ ଅତିଥି ମାନେ ଅଭିଭାଷଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ସଂଘର ସାଧାରଣ ସମ୍ପାଦକ ଦିଗାମ୍ବର ମହାରଣା ପରିଚାଳନା କରିଥିବା ବେଳେ।ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବରିଷ୍ଟ ସାମ୍ବାଦିକ ଲୋକଥ କର ଓ ସୁରଜିତ ପଣ୍ଡା ଅତିଥି ମାନଙ୍କୁ ଉତ୍ସାହିତ ଯାଇଥିଲେ।ଶେଷରେ ସଂଘ ର କୋଷାଧ୍ୟକ୍ଷ ନୀଳାଞ୍ଚଳ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏଥିରେ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ସଂଘ ର ଶଦଶ୍ୟ ମାନେ ଯୋଗ ଦେଇଥିଲେ।