୫୦ କେଜି ରୁ ଅଧିକ ଗୋମାଂସ ଜବତ କଲା କୋରକୁଣ୍ଡା ପୋଲିସ୍…

youtube

ମାଲକାନଗିରି :ଆଜି ଅପରାହ୍ନ ରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୋଲିସ ପକ୍ଷରୁ କୋରକୁଣ୍ଡା ଗ୍ରାମର ଖ୍ରୀଷ୍ଟିଆନ୍ (ହରିଜନ) ସାହି ର ତମସା ନଦୀ କୂଳରେ ପହଞ୍ଚିଥିଲେ l ପୋଲିସ କୁ ଦେଖି ଦୌଡ଼ି ପକାଇଲେ ଗୋହତ୍ୟାକାରି l କୋରୁକୁଣ୍ଡା ଥାନା ଭାର ପ୍ରାପ୍ତ ଅଧିକାରୀ ଓ ଟିମ୍ ସହିତ ସେଠାରୁ ପ୍ରାୟ ୫୦ କିଲୋ ରୁ ଅଧିକ ଗୋମାଂସ, ଚମଡା, ମୁଣ୍ଡ, ଅନ୍ତ ପ୍ରଭୁତି ଜବତ କରି ପ୍ରାଣିଚିକିତ୍ସକ ଙ୍କ ଉପସ୍ଥିତିରେ ବ୍ଲିଚିଂ ଲୁଣ ଦେଇ ମାଟିତଳେ ପୋତି ଦିଆଯାଇଥିଲା l ଗୋହତ୍ୟା ଖବର ପାଇ ପ୍ରାୟ ୩୦୦ରୁ ଅଧିକ ଲୋକ ଜମା ହୋଇ ପୋଲିସ କୁ ଖବର ଦେଇଥିଲେ । ଗୋ ହତ୍ୟା ଉପରେ ସରକାର ରୋକ ଲଗାଇଥିଲେ ବି କିଭଳି ଚାଲିଛି ଖୋଲାମଖୋଲା ଗୋ ହତ୍ୟା ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା l ହତ୍ୟାକାରୀ କୁ ସରକାର କି ଦଣ୍ଡ ଦେଉଛନ୍ତି ନା ବୁଝା ସୁଝା କରି ଛାଡିଦେଉଛନ୍ତି ତାହା ଦେଖିବା କୁ ବାକି ରହିଲା । ଜିଲ୍ଲାରେ ଗୋହତ୍ୟା ନିଷେଧ ଆଇନ କଡାକଡି ଲାଗୁ କରିବା ପାଇଁ ସାଧାରଣ ରେ ଦାବି ହୋଉଅଛି l ଏଥି ସହ ସରକାର ପ୍ରତି ବ୍ଲକରେ ପ୍ରାଣୀ ପୁନଃ ଆବାସ କେନ୍ଦ୍ର ଯୋଜନା କୁ ଜିଲ୍ଲାରେ ପ୍ରଣୟନ କରିବାକୁ ଦାବି ହୋଇଅଛି ।ଯେଉଁଥିରେ ମାଲିକ ବିହୀନ ଗୋବଂଶ, ଷଣ୍ଢ ଓ ବୃଦ୍ଧ ଗୋବଂଶ, କଂସେଇ ଖାନାକୁ ଯାଉଥିବା ଗୋବଂଶକୁ ଉଦ୍ଧାରକରି ରଖା ଯାଇପାରିବ l ରୋଗଗ୍ରସ୍ତ ତଥା ଦୁର୍ଘଟଣା ଗ୍ରସ୍ତ ଗୋବଂଶ ର ସେବା ଚିକିତ୍ସା ମଧ୍ୟ ଏହି ଆବାସ କେନ୍ଦ୍ର ହୋଇପାରିବ lଏଥିପାଇଁ ଜିଲ୍ଲାର ଥିବା ଜୀବେ ନିଷ୍ଠୁର ତା ନିରୋଧ ସମିତି କୁ ପୁନଃସକ୍ରୀୟ କରିବାକୁ ଗ୍ରାମବାସୀ ଓ ସ୍ବାମୀ ମାଧବା ନନ୍ଦ ଦାବି କରିଛନ୍ତି l

Leave A Reply

Your email address will not be published.